Latest

ରାଜ୍ୟରେ ଆଜି ୭୭୨୯ କରୋନା ସଂକ୍ରମଣ ଚିହ୍ନଟ, ଜୀବନ ଗଲା ୩୯

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୩୯୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୨୦, ଅନୁଗୋଳରୁ ୪୪୯, ମୟୂରଭଞ୍ଜରୁ ୪୪୨ ଓ ବାଲେଶ୍ୱର ଜିଲ୍ଲାରୁ ୪୨୬ ଜଣ ଆକ୍ରାନ୍ତ ହୋଇଛନ୍ତି।

ବରଗଡ଼ ଜିଲ୍ଲାରୁ ୧୮୯ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୨୮୭, ବଲାଙ୍ଗିରରୁ ୬୧, ବୌଦ୍ଧରୁ ୧୨୮, ଦେବଗଡ଼ରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତିରୁ ୬୮, ଗଞ୍ଜାମରୁ ୧୫୩, ଜଗତସିଂହପୁରରୁ ୨୫୫, ଯାଜପୁରରୁ ୩୮୮, ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୨୨୩, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୮୫, ମାଲକାନଗିରିରୁ ୧୦୪, ନବରଙ୍ଗପୁରରୁ ୨୧୯, ନୟାଗଡ଼ରୁ ୨୧୯, ନୂଆପଡ଼ାରୁ ୪୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦, ସମ୍ବଲପୁରରୁ ୧୬୧, ସୋନପୁରରୁ ୬୧ ଓ ସୁନ୍ଦରଗଡ଼ରୁ ୨୭୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୧୮୮ ଜଣ ଚିହ୍ନଟ ହୋଇଛନ୍ତି।

୭୭୨୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୩ ହଜାର ୦୫୫ ଜଣ ସୁସ୍ଥ ହୋଇସାରିଲେଣି। ୮୨ ହଜାର ୬୭୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version