Latest
‘ରାଜ୍ୟରେ ଚଳିତମାସରୁ ମିଳିବ କୋଭିଡ୍ ଟିକା’
ଭୁବନେଶ୍ୱର(ଓଡ଼ିଶା ୱେୟାର): କୋଭିଡ୍ ଟିକା ବଣ୍ଟନକୁ ନେଇ ରାଜ୍ୟ ସରକାର ୨୧ଜଣିଆ କମିଟି ଗଠନ କରି ସମସ୍ତ ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ଚଳିତମାସରେ ହିଁ କୋଭିଡ୍ ଟିକା ମିଳିବ ବୋଲି ରାଜ୍ୟ କୋଭିଡ୍ କମିଟି ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀର ଆଶଙ୍କା ନାହିଁ । ତଥାପି କୋଭିଡ୍ ଗାଇଡଲାଇନ୍ ପାଳନ କରିବାର ଆବଶ୍ୟକତା ରହିଛି । ରାଜ୍ୟବାସୀଙ୍କୁ ଚଳିତମାସରେ କୋଭିଡ୍ ଟିକା ମିଳିବ ।
ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଓ ଏହାସହିତ କରୋନାଜନିତ ମୃତ୍ୟୁସଂଖ୍ୟା ୧୭୬୫କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ, ଜଗତସିଂହପୁର,ନୟାଗଡ଼ ଓ ପୁରୀ ଜିଲ୍ଲାକୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଆଜି ମୋଟ ୪୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରେଣ୍ଟାଇନରେ ଓ ୧୭୫ଜଣ ଲୋକାଲ୍ କେସ୍ ଚିହ୍ନଟ ହୋଇଛି । ଏହାସହିତ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩ଲକ୍ଷ ୨୦ହଜାର ୮୦୩କୁ ବୃଦ୍ଧି ପାଇଛି ଓ ସେମାନଙ୍କ ମଧ୍ୟରୁ ୩ଲକ୍ଷ ୧୪ହଜାର ୬୬୫ଜଣ ସୁସ୍ଥ ହୋଇଥିବାବେଳେ ଏବେବି ୪୩୨୦ଜଣ ସଂକ୍ରିୟ ସଂକ୍ରମିତ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୩ଜଣ ଓ ଖୋର୍ଦ୍ଧା ଜିଲ୍ଲାରେ ୪୪ଜଣ, କଟକରେ ୩୪ଜଣ ଓ ବଲାଙ୍ଗିର ଜିଲ୍ଲାରେ ୩୨ଜଣ ସଂକ୍ରମିତ ଚିହ୍ନଟ ହୋଇଛି ।