Latest
ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଗଭୀର ଅବପାତ ଯୋଗୁଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଆଗୁଆ ସୂଚନା ଦିଆଯାଇଥିଲା ।ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେଥିପାଇଁ ସେଠାରେ ୬ଟି ଓଡ୍ରାଫ ଓ ୫ଟି ଫାୟାର ଟିମ୍ ଅଛନ୍ତି ।
ମାଲକାନଗିରିରେ ୧୭୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରିଲିଫ ସେଣ୍ଟରେ ସେମାନଙ୍କ ପାଇଁ ରହିବା ଓ ଖାଦ୍ୟର ସୁବିଧା କରାଯାଇଛି। କ୍ଷୟକ୍ଷତି ନେଇ ଆକଳନ ହୋଇନାହିଁ, ହେବା ପରେ କ୍ଷତିପୂରଣ ପ୍ରଦାନ କରାଯିବ। ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ। ଦିନେ କି ଦୁଇ ଦିନରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।