Latest

ରାଜ୍ୟରେ ବଢ଼ି ଚାଲିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା

Posted on

ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ବଢିବ ପରେ ସଜାଗ ହେଲେ ପ୍ରଶାସନ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପିକ୍‌ ଆୱାରରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଯିଏ ନିୟମ ଉଲ୍ଲଘଂନ କରିବ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।

ଅସ୍ୱାଭାବିକ ମୃତ୍ୟୁ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ଜୀବନ ଯାଇଛି। ଏହି ଅସ୍ୱାଭାବିକ ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଛି ନା ଏହା ପଛରେ ଅନ୍ୟ କାରଣ ଅଛି ତାହା ସ୍ପଷ୍ଟ ହୋଇ ନାହିଁ।

ତେବେ ଏବେ ପ୍ରବଳ ଖରା ହେଉଥିବାରୁ ସତର୍କତା ସ୍ୱରୂପ ବାହାରକୁ ନ ଯିବାକୁ SRC ପରାମର୍ଶ ଦେଇଛନ୍ତି । ଗତକାଲି ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତି ମୁଖ୍ୟତଃ ଶ୍ରମିକ ଶ୍ରେଣୀର ବୋଲି ଜଣାଯାଇଛି। ସେମାନେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ ଟା ମଧ୍ୟରେ ବାହାରେ କାମ କରୁଥିବା ବେଳେ ଅଚାନକ ସେମାନଙ୍କ ଶରୀର ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହା ଅଂଶୁଘାତଜନିତ ମୃତ୍ୟୁ ନା ନୁହେଁ ତାହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍‌କୁ ମଦ୍ୟ ପଠାଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version