ମୁମ୍ବାଇରେ ହେବ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ । ରାଜ୍ୟରେ ଶିଳ୍ପାୟନ ଲାଗି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୮ ଓ ୧୯ରେ ମୁମ୍ବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ। ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ; ୧୮ ତାରିଖରେ କେନ୍ଦ୍ର ସରକାରଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ଓ ୧୯ ତାରିଖ ଦିନ ୩୦୦ରୁ ଊର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ଏହା ସହ ଶିଳ୍ପାୟନ ପାଇଁ ଥିବା ସମ୍ଭାବନା ସଂପର୍କରେ ଶିଳ୍ପ ବିଭାଗ ପକ୍ଷରୁ ସେଠାରେ ଏକ ରୋଡ ଶୋ’ରେ ମଧ୍ୟ ଯୋଗ ଦେବେ । କେନ୍ଦୁଝରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସେ ନିବେଶକଙ୍କ ସହ ଆଲୋଚନା କରିବେ। ପାରାଦ୍ୱୀପ, ଗୋପାଳପୁର ବନ୍ଦର ଆଦିର ଆହୁରି ଉନ୍ନତି ପାଇଁ ଆଲୋଚନା କରିବେ।