Latest

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପଦାଧିକାରୀ ଟିମ ପୁନର୍ଗଠିତ: ୬ ଉପସଭାନେତ୍ରୀ,୨ ସାଧାରଣ ସମ୍ପାଦକ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପଦାଧିକାରୀ ଟିମ୍ ଆଜି ପୁନର୍ଗଠିତ ହୋଇଛି । ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ନିଜର ବିଭିନ୍ନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ ମହିଳା ମୋର୍ଚ୍ଚାରେ ୬ଜଣ ଉପସଭାନେତ୍ରୀ, ୨ଜଣ ସାଧାରଣ ସମ୍ପାଦକ ଓ ୫ଜଣ ସମ୍ପାଦକଙ୍କୁ ଦାୟିତ୍ୱ ମିଳିଛି ।
ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଭାବେ କାନନବାଳା ପଟ୍ଟନାୟକ, ନିୟତି ଗିରି, ସୁଷମା ରାଣି ବିଶ୍ୱାଳ, ନିରୋଜ ନଳିନୀ ମାହାଳିକ, ଅନୁ ଚୌଧୁରୀ, କସ୍ତୁରୀ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ଭାବେ ବବିତା ପାତ୍ର ଓ କଳ୍ପନା ଲେଙ୍କାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ସଂପାଦିକା ଭାବେ କୌଶଲ୍ୟା ନାୟକ, ରଶ୍ମିରେଖା ଦାସ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, ରଂଜିତା ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ସୁବାସିନୀ ବଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ମହିଳା ମୋର୍ଚ୍ଚାର ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜିକା ଏବଂ ସହ ସଂଯୋଜିକା ଭାବେ ପ୍ରତିମା ମିଶ୍ର, ରଶ୍ମି ପଟ୍ଟନାୟକ, ମାନସୀ ହରିଚନ୍ଦନ, ସବିତା ପ୍ରହରାଜ, ସେଫାଲୀ ଦାସ, ସୁଜାତା ପାଢ଼ୀ, ସୁଚରିତା ଜେନାମଣୀ, ଅନ୍ୟ ଅନନ୍ୟା ପ୍ରିୟଦର୍ଶିନୀ, ଅନୁଶ୍ରୀ ମହାନ୍ତି, ସତରୂପା ମିଶ୍ର, ପୂର୍ଣ୍ଣିମା ଦାସ, ପଦ୍ମଜା ଦେବତାଙ୍କୁ ଦାୟିତ୍ୱ ଦିଆଯାଇଛି ।
ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ସଂଘମିତ୍ରା ପ୍ରଧାନ, ରୋଜାଲିନ ଦାସ, ମିନା ସରାଫ, ପଦ୍ମାବତୀ ଜେନା, ସୁବାସିନୀ ପୃଷ୍ଟି, ଅଂଜଳି ସେଠୀ, କଳ୍ପନା ପଟ୍ଟନାୟକ, ରିତା ଚୌଧୁରୀ, ପ୍ରୀତି ପରମିତା ବେହେରା, ଭାରତୀ ସ୍ୱାଇଁ, ମୀନା ଦ୍ୟାନସାମନ୍ତରାୟ, ଅମିତା ରାଣୀ ଦାସ, କୁନ୍ତୀ ପାଲ୍‌, କାନନବାଳା ଦାସ, ମମତା ସ୍ୱାଇଁ, ସୁମତି ଜେନା, ମୀନା କୁମାରୀ ଦାସ, ସୁମିତ୍ରା ବାହିନିପତୀ, ରଶ୍ମି ପଟ୍ଟନାୟକ, କବିତା ନାଥ, ପୂର୍ଣ୍ଣିମା ମଜୁମଦାର, ଲକ୍ଷ୍ମୀପ୍ରିୟା ସାହୁ, ସୁମନ ସିଂହ, ମିଥିଲା ଟୁଡୁ, ପ୍ରବୀଣା କୋଲାର,ପ୍ରିତୀ ସିଗ୍ଧା ମହାପାତ୍ର, ନିରୁପମା ଖଟେଇ, ଜେମାମଣି ଧାରୁଆ, ପ୍ରମିଳା ଦାସ, ମାନସୀ ହରିଚନ୍ଦନ ଏବଂ ସୌମ୍ୟା ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version