Latest

‘ଶଲାବୁଢ଼ା’ର ଅଭିନେତା ଅଟଳଙ୍କ ପରଲେ।କ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):
‘ଶଲାବୁଢ଼ା’ ଫେମ୍ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ତାଙ୍କ ସାନ ପୁଅ ଅରୁଣ ପଣ୍ଡା ଏହି ସୂଚନା ଦେଇଛନ୍ତି।

ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ଟା ୪୫ ମିନିଟ୍‌ରେ ଅଟଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବ୍ଲଡ୍ ସେପ୍ଟିସେମିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା।

ପଶ୍ଚିମ ଓଡ଼ିଶାରେ ଜଣେ ଜଣାଶୁଣା ଚେହେରା ଥିଲେ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା। ସେ ସମ୍ବଲପୁରୀ ଭାଷାରେ ଶତାଧିକ ନାଟକରେ ଅଭିନୟ କରିଥିଲେ। ତା’ ସହିତ ଅନେକ ନାଟକ ରଚନା କରିଥିଲେ। ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ କରିଥିଲେ। ଏହି ସମ୍ବଲପୁରୀ ଫିଲ୍ମରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଆଉ ସେଥିପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ସ୍ୱର୍ଗତ ପଣ୍ଡା ‘ଶଲାବୁଢ଼ା’ର ସିକ୍ୱେଲ୍ ‘ଆଦିମ ବିଚାର’ରେ ମଧ୍ୟ ଅଭିନୟ କରିଥିଲେ। ଏଥିପାଇଁ ବି ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୨୦ରେ ‘ଶଲାବୁଢ଼ା’ ସିରିଜ୍‌ର ତୃତୀୟ ଫିଲ୍ମ ‘ଶଲାବୁଢ଼ାର ବଦଲା’ରେ ମଧ୍ୟ ସେ ଅଭିନୟ କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version