ଭୁବନେଶ୍ୱର: ବିହାରରୁ କେନ୍ଦ୍ର ସରକାରରେ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ସମୟରେ ଶାଳୀନତାର ସୀମା ଉଲ୍ଲଂଘନ କରି ନିଜର ଅସଲ ଚେହେରା ପଦାରେ ପକାଉଛନ୍ତି । ଓଡ଼ିଶା ଆସି ସେ ଯେଉଁଭଳି ବୟାନବାଜି କରୁଛନ୍ତି, ସେଥିରୁ ତାଙ୍କର ଅହଂକାର, ଅହମିକା ଓ ଔଦ୍ଧତ୍ୟ ସ୍ପଷ୍ଟ ପ୍ରକାଶିତ ହେଉଛି ବୋଲି ବିଜେଡି କହିଛି । ଦଳର ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ବାହାସ୍ପୋଟ ଶୁଣିଲେ ମନେ ହେଉଛି ତୃଣମୂଳ ସ୍ତରରେ ତାଙ୍କ ଦଳର ବାସ୍ତବ ସ୍ଥିତି ସଂପର୍କରେ ତାଙ୍କର ସାମାନ୍ୟତମ ଧାରଣା ନାହିଁ । ଜିଏସ୍ଟି, ବିମୁଦ୍ରାକରଣ ଆଦି ଅପରିଣାମଦର୍ଶୀ ପଦକ୍ଷେପ ଭାରତର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛନ୍ତି । ଏସବୁ କାରଣ ପାଇଁ ସାଧାରଣ ଲୋକମାନେ ଏବେ ବିଜେପିକୁ ଉଚିତ୍ ଶିକ୍ଷା ଦେବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି । ଓଡ଼ିଶା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବହେଳା ଓ ପାତର ଅନ୍ତର ମନୋଭାବ ସହିବାର ସୀମା ଟପିଯାଇଛି । ନବୀନ ପଟ୍ଟନାୟକଙ୍କ ଶାସନର ୧୭ବର୍ଷ ମଧ୍ୟରେ ୯ବର୍ଷ ବିଜେପି ଶାସନର ଅଂଶୀଦାର ଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ନଗର ଉନ୍ନୟନ, ରାଜସ୍ୱ, ଶିଳ୍ପ, ଶିକ୍ଷା ଭଳି ବିଭାଗରେ ବିଜେପି ମନ୍ତ୍ରୀମାନେ ଦାୟିତ୍ୱ ନିର୍ବାହ କରିଥିଲେ । ସରକାରଙ୍କୁ ପ୍ରଶ୍ନ କଲାବେଳେ ଏହି ୯ବର୍ଷ ଓ ସେହି ବିଭାଗରେ ଥିବା ବିଜେପି ମନ୍ତ୍ରୀମାନଙ୍କର ପାରିବା ପଣିଆକୁ କେବେ ପରଖିଛନ୍ତି କି? ଅଟଳ ବିହାରୀ ବାଜପେୟୀ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରକୁ ବାରମ୍ବାର ପ୍ରଶ୍ନ କରିବା ଧର୍ମେନ୍ଦ୍ରଙ୍କ ରାଜନୈତିକ ଅପରିପକ୍ୱତାର ପରିଚୟ ଦିଏ । ଗାଲୁଆଙ୍କ ବାରବାଟୀ ଚାଷ ଭଳି ସେ ପ୍ରଳାପ କରିଚାଲିଛନ୍ତି । ନବୀନବାବୁଙ୍କୁ ପ୍ରକାଶ୍ୟରେ ପ୍ରଶଂସା କରିଥିଲେ ମଧ୍ୟ ସେ ନବୀନବାବୁଙ୍କ ଠାରୁ କାଣିଚାଏ ମଧ୍ୟ ଶିଖିପାରିନାହାନ୍ତି । ଜଣେ ସେବକ କିଭଳି ନମ୍ର, ଭଦ୍ର, ଶାନ୍ତ ଓ କର୍ମଠ ହେବ, ତାହା ସେ ନବୀନବାବୁଙ୍କ ଠାରୁ ଶିଖନ୍ତୁ । ଓଡ଼ିଶାର ଲୋକମାନେ ଶାନ୍ତିପ୍ରିୟ ଓ ବିଚାରବନ୍ତ । ସେମାନେ କଥା ନୁହେଁ, କାମକୁ ପସନ୍ଦ କରନ୍ତି, ଯାହାକି ନବୀନବାବୁଙ୍କୁ କ୍ରମାଗତ ସଫଳତା ଆଣି ଦେଉଛନ୍ତି ଏବଂ ଏହି ସଫଳତା ଆଗକୁ ଜାରି ରହିବ । ସୁଯୋଗ ମିଳିଲେ ବିଜେପିକୁ ଲୋକମାନେ ତା’ର ସୀମା ଦେଖାଇଦେବେ ବୋଲି ଶ୍ରୀ ନାୟକ କହିଛନ୍ତି ।
ଉଷ୍ମ ହେବ ବିଧାନସଭା ଶୀତ ଅଧିବେଶନ: ରଣନୀତି ଚୂଡ଼ାନ୍ତ କଲେ ଶାସକ-ବିରୋଧୀ
ବିଜେପି ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ପୁଳାପୁଳା ପ୍ରସଙ୍ଗ ପ୍ରସ୍ତୁତ ସହ ଗୃହ ଭିତରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ ନିମନ୍ତେ ରଣନୀତି ଚୂଡ଼ାନ୍ତ...