ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ୨୦୧୬-୧୭ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୮ କୋଟି ୯୮ଲକ୍ଷ ୪୫ହଜାର ୮୬୫ଟଙ୍କାର ସମ୍ପତ୍ତି ସହ ମନ୍ତ୍ରିମଣ୍ଡଳରେ ଧନୀ ତାଲିକାର ଶୀର୍ଷରେ ଥିବାବେଳେ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ୩୦ଲକ୍ଷ ୫୦ହଜାର ଟଙ୍କାର ଋଣବୋଝରେ ରହିଛନ୍ତି । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୧କୋଟି ୧୭ ଲକ୍ଷ ୨୯ହଜାର ଟଙ୍କା ହୋଇଥିଲେ ବି ତାଙ୍କର ନିଜସ୍ୱ ଘର ନାହିଁ ଓ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ସର୍ବାଧିକ ସୁନା(ଦେଢ଼ କେଜିରୁ ଊଦ୍ଧ୍ୱର୍) ରହିଛି ।ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ୨୦୧୬-୧୭ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୮ କୋଟି ୯୮ଲକ୍ଷ ୪୫ହଜାର ୮୬୫ଟଙ୍କାର ସମ୍ପତ୍ତି ସହ ମନ୍ତ୍ରିମଣ୍ଡଳରେ ଧନୀ ତାଲିକାର ଶୀର୍ଷରେ ଥିବାବେଳେ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ୩୦ଲକ୍ଷ ୫୦ହଜାର ଟଙ୍କାର ଋଣବୋଝରେ ରହିଛନ୍ତି । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୧କୋଟି ୧୭ ଲକ୍ଷ ୨୯ହଜାର ଟଙ୍କା ହୋଇଥିଲେ ବି ତାଙ୍କର ନିଜସ୍ୱ ଘର ନାହିଁ ଓ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ସର୍ବାଧିକ ସୁନା(ଦେଢ଼ କେଜିରୁ ଊଦ୍ଧ୍ୱର୍) ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ୨୦୧୬-୧୭ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାଙ୍କ ବାଲାନ୍ସ ୧ଲକ୍ଷ ୫ହଜାର ୮୭୦ଟଙ୍କା ବୃଦ୍ଧି ପାଇଛି । ତେବେ ସେ ୧୫ଲକ୍ଷ ଟଙ୍କା ଋଣବୋଝରେ ରହିଛନ୍ତି । ୨୦୧୪-୧୫ ଆର୍ଥିକ ବର୍ଷରେ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ଋଣ ସୂତ୍ରରେ ଆଣିଥିବା ଏହି ଟଙ୍କାକୁ ଏପର୍ଯ୍ୟନ୍ତ ପରିଶୋଧ କରିବାରେ ସକ୍ଷମ ହୋଇନାହାନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜୁଏଲାରୀର ପରିମାଣରେ ମାତ୍ର ୧୧୯୦ଟଙ୍କା ବୃଦ୍ଧି ପାଇଥିବାବେଳେ ତାଙ୍କ ପାଖରେ ଥିବା ୧୯୮୦ ମସିହା ମଡେଲ୍ର ଆମ୍ବାସାଡର୍ କାରର ଦାମକୁ ସେ ୧୦,୪୭୭ଟଙ୍କା ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୪ ମାର୍ଚ୍ଚ ମାସରେ ହୋଇଥିବା ମୂଲ୍ୟାୟନ ଆଧାରରେ ତାଙ୍କର ସ୍ଥାବର ସମ୍ପତ୍ତିର ପରିମାଣ ୪୮ କୋଟି ୯୫ଲକ୍ଷ ୩୪ହଜାର ଟଙ୍କା ଉଲ୍ଲେଖ କରିଛନ୍ତି । ଏଥିରେ ନୂଆଦିଲ୍ଲୀସ୍ଥିତ କୋଠାରେ ତାଙ୍କର ୫୦ପ୍ରତିଶତ ଶେୟାର, ନବୀନ ନିବାସରେ ଦୁଇ ତୃତୀୟାଂଶ ଶେୟାର ଓ ଫରିଦାବାଦରେ ୨୨.୭ଏକରର ଫାର୍ମ ହାଉସ୍ ରହିଛି । ସେହିପରି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ମୋଟ ଅସ୍ଥାବର ସମ୍ପତ୍ତି ୮୭ଲକ୍ଷ ୨୯ହଜାର ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତିର ପରିମାଣ ୩୦ଲକ୍ଷ ଟଙ୍କା । ଏଥିରେ ତାଙ୍କ ପତ୍ନୀ ସୁପ୍ରଭା କୁମାରୀ ମହାନ୍ତିଙ୍କ ନାଁରେ ମୋଟ ୫୬ଲକ୍ଷ ୧୬ହଜାର ୭୬୨ଟଙ୍କାର ସମ୍ପତ୍ତି ଥିବାବେଳେ ଝିଅ ସୁଶ୍ରୀ ଭାରତୀଙ୍କ ନାଁରେ ୨ଲକ୍ଷ ୯୫ହଜାର ୩୮୫ଟଙ୍କା ରହିଛି । ତେବେ ଅର୍ଥମନ୍ତ୍ରୀଙ୍କର କୌଣସି ନିଜସ୍ୱ ବାସଘର ନାହିଁ ଓ କେବଳ ନଖରା ପାଖରେ ୨୧୦୦ବର୍ଗଫୁଟ୍ର ଏକ ଆବାସିକ ପ୍ଲଟ୍ ଅଛି,ଯାହାର ମୂଲ୍ୟ ୧୦ଲକ୍ଷ ଟଙ୍କା । ସେ ୪ଲକ୍ଷ ୩୧ହଜାର ଟଙ୍କାର ଋଣବୋଝରେ ଅଛନ୍ତି ବୋଲି ସେ ଦର୍ଶାଇଛନ୍ତି ।ସେହିପରି ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ତାଙ୍କ ପତ୍ନୀ ବୀଣାପାଣି ପୂଜାରୀଙ୍କ ପାଖରେ ମୋଟ ୨କୋଟି ୫୫ଲକ୍ଷ ୭୦ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ଶ୍ରୀ ପୂଜାରୀଙ୍କ ପତ୍ନୀ ୨୦୧୬ ମସିହାରେ କେବଳ ୧.୨୬୦ଏକର ଜମି ଓ ସେ ନିଜେ ୧.୧୦୦ଏକର ଜମି କ୍ରୟ କରିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ପାଖରେ ୬୨୦ଗ୍ରାମ ସୁନା ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୧୧୫୭.୭୬ ଗ୍ରାମ ସୁନା ରହିଛି । ଏହି ସୁନାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ବୋଲି ସେ ଦର୍ଶାଇଛନ୍ତି । ସେହିପରି ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ୨୦୧୬-୧୭ ଆର୍ଥିକ ବର୍ଷରେ ନିଜର ମୋଟ୍ ସମ୍ପତ୍ତି ଉପରେ ୪ଲକ୍ଷ ୩ହଜାର ଟଙ୍କା ଓ ତାଙ୍କ ପତ୍ନୀ ୯୩ହଜାର ୧୭୦ଟଙ୍କାର ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ବୋଲି ନିଜ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି । ସୂର୍ଯ୍ୟଙ୍କ ହାତରେ ନଗଦ ୨.୬୦ଲକ୍ଷ ଟଙ୍କା ଓ ପତ୍ନୀଙ୍କ ପାଖରେ ୧.୨୮ଲକ୍ଷ ଟଙ୍କାର ନଗଦ ରହିଛି । ସୂର୍ଯ୍ୟଙ୍କ ପାଖରେ ନୂଆଦିଲ୍ଲୀସ୍ଥିତ ଦ୍ୱାରିକାରେ ଏକ ଆପାର୍ଟମେଣ୍ଟ ରହିଛି ଯାହାର ଆନୁମାନିକ ମୂଲ୍ୟ ୧୩.୮୦ଲକ୍ଷ ଟଙ୍କା, ନୟାପଲ୍ଲୀରେ ୮୧୧୭ବର୍ଗଫୁଟ୍ର ଦୁଇ ମହଲା କୋଠା, ବ୍ରହ୍ମପୁର ଓ ଦିଗପହଣ୍ଡିରେ ମଧ୍ୟ କୋଠା ରହିଛି । ନୟାପଲ୍ଲୀ ଘରର ମୂଲ୍ୟକୁ ସେ ମାତ୍ର ୧.୬୫ଲକ୍ଷ ଟଙ୍କା ଦର୍ଶାଇଛନ୍ତି । ପତ୍ନୀଙ୍କ ନାଁରେ ପଟିଆରେ ଏକ ଫ୍ଲାଟ୍ ଓ ବ୍ରହ୍ମପୁରରେ ଏକ କୋଠା ରହିଛି । ସୂର୍ଯ୍ୟଙ୍କର ମୋଟ ସମ୍ପତ୍ତି ପ୍ରାୟ ୪.୨୦କୋଟି ଟଙ୍କା ହେବ ।ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମ୍ପତ୍ତି ପ୍ରାୟ ୭ଲକ୍ଷ ଟଙ୍କା ହ୍ରାସ ପାଇଛି । ତାଙ୍କର ୨୦୧୫-୧୬ ଆର୍ଥିକ ବର୍ଷରେ ମୋଟ୍ ସମ୍ପତ୍ତି ୪ କୋଟି ୧୭ଲକ୍ଷ ୪୪ହଜାର ଟଙ୍କା ଥିବାବେଳେ ୨୦୧୬-୧୭ରେ ଏହା ୪ କୋଟି ୧୦ଲକ୍ଷ ୫୮ହଜାର ଟଙ୍କାକୁ ହ୍ରାସ ପାଇଛି । ଏହି ସମ୍ପତ୍ତିରେ ତାଙ୍କ ନାଁରେ ୨କୋଟି ୫୭ଲକ୍ଷ ୭ହଜାର ଟଙ୍କା, ପତ୍ନୀ ଡଃ ପ୍ରତିଭା ମହାରଥୀଙ୍କ ନାଁରେ ୧.୩୩ କୋଟି ଓ ଝିଅ ପଲ୍ଲବୀଙ୍କ ନାଁରେ ୨ଲକ୍ଷ ୨୪ହଜାର ଟଙ୍କା ରହିଛି । ସେହିପରି ମନ୍ତ୍ରୀ ଉଷା ଦେବୀଙ୍କ ନିଜସ୍ୱ ଘର ନଥିବାବେଳେ ତାଙ୍କ ପତିଙ୍କ ନାଁରେ ଚିକିଟିରେ ୧.୧୦କୋଟି ଟଙ୍କାର କୋଠା ରହିଛି । ଉଷାଙ୍କ ପାଖରେ ବ୍ୟାଙ୍କ ବାଲାନ୍ସ ୧୯.୩୦ଲକ୍ଷ ଟଙ୍କା, ୯ଲକ୍ଷ ଟଙ୍କାର ସୁନା ଓ ଦେଢ଼ ଲକ୍ଷ ଟଙ୍କା ନଗଦ ରହିଛି । ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପାଖରେ ୨୯.୪୩ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ, ୫ଟି ଆବାସିକ ଓ ବ୍ୟବସାୟିକ କୋଠା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ରହିଛି । ସେ ଓଆରଏଚ୍ଡିସିରୁ ନେଇଥିବା ୩ଲକ୍ଷ ଟଙ୍କା ଋଣକୁ ଏପର୍ଯ୍ୟନ୍ତ ପରିଶୋଧ କରିନାହାନ୍ତି । ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ବିଜୟଶ୍ରୀ ରାଉତରାୟଙ୍କ ପାଖରେ ୧କୋଟି ୫୩ଲକ୍ଷ ଟଙ୍କାର ସ୍ଥାବର ଓ ୨କୋଟି ୯୨ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ପତ୍ନୀ ଡାକ୍ତର ଜ୍ୟୋତି ରାଉତରାୟଙ୍କ ନାଁରେ ୮୮ଲକ୍ଷ ୮୫ହଜାର ଟଙ୍କା ସ୍ଥାବର ଓ ୧.୩୦କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେହିପରି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ନାଁରେ ୨୬ଲକ୍ଷ ଟଙ୍କା ଓ ପତ୍ନୀ ସ୍ନେହ ମହାପାତ୍ରଙ୍କ ନାଁରେ ୨୧ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ରହିଛି । ଏହାଛଡ଼ା ଏରସମା,ତିର୍ତ୍ତୋଲ,ଶହୀଦନଗରରେ ମଧ୍ୟ ତାଙ୍କର କୋଠା ରହିଛି । ସେହିପରି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ତାଙ୍କ ପତ୍ନୀଙ୍କ ପାଖରେ ୪ଲକ୍ଷ ଟଙ୍କାର ଜମି,୩୦ଲକ୍ଷ ଟଙ୍କାର ପୈତୃକ ଘର,୨.୪୦ଲକ୍ଷ ଟଙ୍କାର ସୁନା ଓ ୧ଲକ୍ଷ ଟଙ୍କାର ଲ୍ୟାପଟପ୍ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମୋଟ ୩କୋଟି ୮୨ଲକ୍ଷ ୬୦ହଜାର ଟଙ୍କା, ପତ୍ନୀ ଡେଜି ଜେନାଙ୍କ ନାଁରେ ୧କୋଟି ୫ଲକ୍ଷ ଟଙ୍କା,ପୁଅ ଓ ଝିଅ ନାଁରେ ପ୍ରାୟ ୨୩ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସେହିପରି ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କର ରାଜଧାନୀ ଉପକଣ୍ଠ ମଦନପୁରରେ ମୋଟ ୮୭ଡିସିମିଲ୍ ଜମି ରହିଛି ଯାହାର ମୂଲ୍ୟ ସେ ୪ଲକ୍ଷ ୬୮ହଜାର ଦର୍ଶାଇଛନ୍ତି । ତାଙ୍କ ପତ୍ନୀ ପ୍ରମିଳାଙ୍କ ନାଁରେ ୧.୧୪କୋଟି ଟଙ୍କାର ୩ଟି କୋଠା ରହିଛି । ପ୍ରଫୁଲ୍ଲଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୧କୋଟି ୪୮ଲକ୍ଷ ୭୪ହଜାର ଟଙ୍କା ରହିଛି ବୋଲି ସେ ଦର୍ଶାଇଛନ୍ତି ।
ଉଷ୍ମ ହେବ ବିଧାନସଭା ଶୀତ ଅଧିବେଶନ: ରଣନୀତି ଚୂଡ଼ାନ୍ତ କଲେ ଶାସକ-ବିରୋଧୀ
ବିଜେପି ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ପୁଳାପୁଳା ପ୍ରସଙ୍ଗ ପ୍ରସ୍ତୁତ ସହ ଗୃହ ଭିତରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ ନିମନ୍ତେ ରଣନୀତି ଚୂଡ଼ାନ୍ତ...