Latest

ସରୋଜିନୀ ସାହୁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର

Posted on

ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ଚଳିତ ବର୍ଷର ସମ୍ମାନଜନକ ୪୫ତମ ‘ଶାରଳା ପୁରସ୍କାର’ ପାଇବେ। ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ଶାରଳା ପୁରସ୍କାର ପାଇବାକୁ ସରୋଜିନୀ ମନୋନୀତ ହୋଇଛନ୍ତି। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ସରୋଜିନୀ ସାହୁଙ୍କ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ।

ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶ ଆୟୋଜିତ ହେବ। ଉକ୍ତ ସମାବେଶରେ ଲେଖିକାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ବିଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଓ ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍ ସିଂଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ।ପ୍ରତିବର୍ଷ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version