Latest

ସୁପ୍ରିମକୋର୍ଟରେ ‘କୋଟିଆ’: ଅଦାଲତ ଅବମାନନା ମାମଲା ରୁଜୁ କଲା ଓଡ଼ିଶା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରିବା ଘଟଣାକୁ ନେଇ ଓଡ଼ିଶା ସରକାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୦୬ ମସିହାରେ କୋଟିଆ ସୀମାବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ପୂର୍ଣ୍ଣାଙ୍ଗ ରାୟକୁ ଆନ୍ଧ୍ରପ୍ରଦେଶ ସରକାର ପାଳନ କରିନଥିବାରୁ ଓଡ଼ିଶା ଆଜି ଅଦାଲତ ଅବମାନନା ମାମଲା ରୁଜୁ କରିଛି ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର(ଆଡଭୋକେଟ୍ ଅନ୍ ରେକର୍ଡ)ଙ୍କ ସହ ଆଜି ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ଅଧିକାରୀମାନେ କୋଟିଆ ସୀମାବିବାଦ ପ୍ରସଙ୍ଗରେ ଆଲୋଚନା କରିବା ପରେ ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ରୁଜୁ ହୋଇଛି । ଏହାସହିତ ଏହି ପିଟିସନର ତ୍ୱରିତ୍ ଶୁଣାଣି ପାଇଁ ମଧ୍ୟ ଓଡ଼ିଶା ଅନୁରୋଧ କରିଛି । ୧୯୬୮ ମସିହାରେ କୋଟିଆ ସୀମା ପ୍ରସଙ୍ଗ ଉପରେ ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଆଇନ ବିଭାଗର ଉପସଚିବ ଭଗବାନ ନାୟକ କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ଆଇନଗତ ସହାୟତା ଲୋଡ଼ିବା ପାଇଁ ପରାମର୍ଶ ଦେଇଥିଲେ । କୋଟିଆ ପଂଚାୟତରେ ୨୮ଟି ଗାଁ ଥିବାବେଳେ ୩ଟି ଗାଁର ମାଲିକାନାକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version