ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଗାନ୍ଧି ମାର୍ଗରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ସୁଭଦ୍ରା’ ରଥର ଶୁଭାରମ୍ଭ କରାଯାଇଛି। ଏହା ଆଜିଠାରୁ ଅର୍ଥାତ ସେପ୍ଟେମ୍ୱର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିବ । ରାଜ୍ୟବ୍ୟାପୀ ଗାଁଠୁ ସହର ବୁଲିବ ‘ସୁଭଦ୍ରା’ ସଚେତନତା ରଥ ।
ସୁଭଦ୍ରା’ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରିବ ରଥ ।ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି। ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ସୁଭଦ୍ରା ଯୋଜନା ଓଡ଼ିଆ ଅସ୍ମିତାର ପରିଚୟ ହେବ । ଏହି ଯୋଜନା ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ। ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ । ସୁଭଦ୍ରା ଯୋଜନା ଅସ୍ମିତାର ପରିଚୟ ହେବ ।
ସେହିପରି ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ସୁଭଦ୍ରା ପଞ୍ଜୀକରଣ ପାଇଁ ସମୟସୀମା ନାହିଁ । ଶେଷ ହିତାଧିକାରୀ ଯାଏଁ ହେବ ସୁଭଦ୍ରା ପଞ୍ଜୀକରଣ। ୧୭ ପରେ ପଞ୍ଜୀକରଣ କଲେ ବି ମିଳିବ ଟଙ୍କା । ସେଥିପାଇଁ ଗହଳି ବା ଲମ୍ବା ଧାଡ଼ି ନକରିବାକୁ ଲୋକଙ୍କୁ ଅନୁରୋଧ ।