ରାଜ୍ୟ
ସ୍ୱତନ୍ତ୍ର ସଚିବ ପାହ୍ୟାକୁ ଗଲେ ୧୪ ଓଏଏସ୍
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୧୪ଜଣ ବରିଷ୍ଠ ଓଏଏସ୍ଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଏଏସ(ଏସଏଜି) ତରଣୀସେନ୍ ସେଠୀ, ମାଗୁଣି ଚରଣ ପାତ୍ର, ସାଧବ ମିଞ୍ଜ୍, ବିଭୂତି ଭୂଷଣ ବେହେରା, ବୃନ୍ଦାବନ ବେହେରା, ଅକ୍ଷୟ କୁମାର ପରିଡ଼ା, ଉଦ୍ଧବ ଚରଣ କରଣ, ବାବାଜୀ ଚରଣ ଦାସ, ପ୍ରଫୁଲ୍ଲ କୁମାର ମାଝୀ, ଜଗନ୍ନାଥ ମହାନ୍ତି, ସୁରେନ୍ଦ୍ର ପ୍ରସାଦ ଦାସ, ଧନଞ୍ଜୟ ହେମ୍ବ୍ରମ୍ ଓ ଗଙ୍ଗାଧର ପାତ୍ରଙ୍କୁ ଓଏଏସ(ସ୍ୱତନ୍ତ୍ର ସଚିବ) ଭାବେ ପଦୋନ୍ନତି ମିଳିଛି । ଏହି ଅଫିସରମାନଙ୍କୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି । ଗହାଡ଼ୁ ମିର୍ଦ୍ଧା ବନାମ ଓଡ଼ିଶା ସରକାର ଓ ଅନ୍ୟମାନେ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ଏହି ଅଫିସର୍ମାନଙ୍କୁ ପଦୋନ୍ନତି ମିଳିଛି ।