Latest
ହସ୍ପିଟାଲରେ ବେଡ୍ ପାଇଁ ବିଧାନସଭା ଆଗରେ ଧାରଣା
ବେଙ୍ଗାଲୁରୁ: ଜଣେ କୋଭିଡ ରୋଗୀଙ୍କ ପରିବାର ହସ୍ପିଟାଲରେ ବେଡ୍ ପାଇଁ ଆମ୍ବୁଲାନ୍ସକୁ ବିଧାନସଭା ବାହାରେ ରଖି ଧାରଣା ଦେଇଥିଲେ। ସିଏମଓ ଅଧିକାରୀମାନେ ଏକ ବେଡ୍ ଏବଂ ଆମ୍ବୁଲାନ୍ସ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ, ସିଏମଓଙ୍କ ବାସଭବନକୁ ଯାଉଥିବା ସମସ୍ତ ରାସ୍ତା ଅବରୋଧ କରାଯାଇଥିଲା।
ଦ୍ୱିତୀୟ ଘଟଣାରେ, ହସ୍ପିଟାଲ ବେଡ୍ ପାଇପାରୁ ନ ଥିବାରୁ ଜଣେ ମହିଳା ତାଙ୍କ ଝିଅ ସହିତ କୋଭିଡ ପଜିଟିଭ ସ୍ୱାମୀଙ୍କୁ ନେଇ ଆମ୍ବୁଲାନ୍ସରେ ବିଧାନସଭା ସୌଧକୁ ଯାଇ ଚିକିତ୍ସା ପାଇଁ ଏକ ବେଡ୍ ମାଗିଥିଲେ। ଏହି ସମୟରେ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଏନ୍. ହାରିସଙ୍କ ପୁଅ ମହମ୍ମଦ ନାଲାପଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ। ତେବେ ପ୍ରାୟ ଅଧ ଘଣ୍ଟା ପରେ ମୁଖ୍ୟ ଶାସନ ସଚିବ ପି ରବି କୁମାର ଶେଷରେ ଭିକ୍ଟୋରିଆ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ବେଡ୍ ବ୍ୟବସ୍ଥା କରିଥିଲେ। ସେମାନେ ଆମ୍ବୁଲାନ୍ସକୁ ଡାକ୍ତରଖାନା ପଠାଇବା ପରେ ନାଲପଡଙ୍କୁ ପୁଲିସ ଗିରଫ କରିଥିଲା।