ରାଜ୍ୟ

ହାଲୁକା ରଙ୍ଗର ହାପ୍‌ ସ୍ଲିଭ୍‌ ପୋଷାକ ପିନ୍ଧିବେ ନିଟ୍‌ ପରୀକ୍ଷାର୍ଥୀ

Posted on

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ଅନିୟମିତତା ରୋକିବା ଲାଗି ନୂଆ କଟକଣା ଲଗାଇଛି ସିବିଏସଇ। ଡାକ୍ତରୀ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ନିଟ୍ ସଂପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ । ଏଥିଲାଗି ପରୀକ୍ଷାନିୟମକୁ ଅଧିକ କାଡାକଡ଼ି କରିଛି ସିବିଏସଇ। ଦେଶର ବିଭିନ୍ନ ସ୍ଥାନରୁ ନୂଆ ନୂଆ ଉପାୟରେ ଠକେଇର ଅଭିଯୋଗ ଆସିବା ପରେ ସିବିଏସଇ ଏହି ପଦକ୍ଷେପ ନେଇଛି। ମୋବାଇଲ ଫୋନ, ବ୍ଲୁ ଟୁଥ୍ ପରି ଇଲେକ୍ଟ୍ରୋନିକ୍ ଉପକରଣ ସହ ଇଅରରିଂ, ଉଚ୍ଚ ହିଲର ଚପଲ, ହେୟାର କ୍ଲିପ ଭଳି ସାମଗ୍ରୀ ଉପରେ ଆଗରୁ କଟକଣା ରହିଥିବା ବେଳେ ଏସବୁ ଉପକରଣକୁ ଗୁପ୍ତରେ କେହି ଯେମିତି ପରୀକ୍ଷା ହଳକୁ ନେଇ ନ ପାରିବେ ସେଥିଲାଗି ଡ୍ରେସ୍ କୋର୍ଡ ବ୍ୟବସ୍ଥା ଲାଗି କରିଛି ସିବିଏସଇ। ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ ସ୍ଲିଭ ପୋଷାକ ପିନ୍ଧକି ଯିବେ । ସାର୍ଟ,ପ୍ୟାଣ୍ଟ କିମ୍ବା ମହିଳାଙ୍କ ଅନ୍ୟ ପୋଷାକରେ ବଡ ସାଇଜର ବୋତାମ, ବ୍ୟାଜ୍ କିମ୍ବା ଡିଜାଇନ୍ ସାମଗ୍ରୀ ଲାଗି ନ ଥିବ। ଗତବର୍ଷ ଏହି ପ୍ରସ୍ତାବ ପାରିତ ହୋଇଥିବା ବେଳେ ଚଳିତ ବର୍ଷରୁ ଏହାକୁ ଲାଗୁ କରାଯିବ। ଆସନ୍ତା ମେ ୬ ତାରିଖରେ ହେବାକୁ ଥିବା ନିଟ୍ ପରୀକ୍ଷାରେ ନୂଆ ଡ୍ରେସ୍ କୋର୍ଡ ବ୍ୟବସ୍ଥା ଲାଗୁ ହେବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version