ରାଜନୀତି

୩-୪ ଦିନ ମଧ୍ୟରେ ନିଷ୍ପତ୍ତି ନେବେ ବିଜୟ ମହାପାତ୍ର

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ନିର୍ବାଚନୀ ଉଷ୍ମତା ମଧ୍ୟରେ ରାଜ୍ୟ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ଆସନ୍ତା ୩-୪ ଦିନ ମଧ୍ୟରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ଘୋଷଣା କରିବେ ବୋଲି କହିଛନ୍ତି।
ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସବୁ ଦଳରୁ ତାଙ୍କୁ ଡାକରା ଆସୁଛି । କଂଗ୍ରେସ ଓ ବିଜେଡି ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏପରିକି ବିଜେପି ମଧ୍ୟ ତାଙ୍କ ସହ ଯୋଗାଯୋଗରେ ରହିଛି। ୧୮ତାରିଖ ପୂର୍ବରୁ ହିଁ ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ଗତ ୨୦ବର୍ଷ ଧରି ଯେଉଁମାନେ ତାଙ୍କ ସହ ରହିଛନ୍ତି ଅବା ଯେଉଁମାନେ ତାଙ୍କୁ ଭଲ ପାଆନ୍ତି ସେମାନଙ୍କ ସହ ଆଲୋଚନା କରିବା ପରେ ସେ ତାଙ୍କ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ଗତ ଦୁଇଦିନ ତଳେ ବିଜେପି ସାଧାରଣ ସମ୍ପାଦକ ତଥା ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂ ମଧ୍ୟ ବିଜୟଙ୍କ ପ୍ରସଙ୍ଗରେ ମତ ରଖି କହିଥିଲେ ଯେ, କେହି କୁଆଡ଼େ ଯାଇନାହାନ୍ତି, ସମସ୍ତେ ଦଳରେ ଅଛନ୍ତି। ଖୁବଶୀଘ୍ର ଖୁସି ଖବର ମିଳିବ। ଶ୍ରୀ ସିଂଙ୍କ ଏହି ବୟାନ ପରେ ବିଜୟ ପୁଣିଥରେ ବିଜେପିକୁ ଫେରୁଥିବା ଚର୍ଚ୍ଚା ଜୋର ଧରିଛି। ନିକଟରେ ବିଜେପିରେ ସାମିଲ ହୋଇଥିବା ରାଜ୍ୟର ଜଣେ ପ୍ରଭାବଶାଳୀ ନେତା ଏବେ ବିଜୟଙ୍କ ସହ ଯୋଗସୂତ୍ରରେ ରହି ତାଙ୍କୁ ବିଜେପିକୁ ଫେରାଇ ଆଣିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି। ତେବେ ବିଜୟ ଆଗାମୀ ନିର୍ବାଚନରେ ଲଢ଼ିବେ କି ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version