ଦେଶ- ବିଦେଶ

୫ରେ ଓଡ଼ିଶାର ୩ ଆସନ ପାଇଁ ରାଜ୍ୟସଭା ନିର୍ବାଚନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ଜୁଲାଇ ୫ତାରିଖରେ ନିର୍ବାଚନ ହେବ। ଏହାସହିତ ବିହାରର ଗୋଟିଏ ଓ ଗୁଜୁରାଟର ୨ଟି ଆସନ ପାଇଁ ମଧ୍ୟ ଏହି ଦିନ ନିର୍ବାଚନ ହେବ। ଆଜି ନିର୍ବାଚନ କମିଶନ ବିଧିବଦ୍ଧ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ରାଜ୍ୟସଭା ଆସନରୁ ଇସ୍ତଫା ଦେବାରୁ ଏସବୁ ଆସନ ଖାଲି ପଡ଼ିଥିଲା। ଅଚ୍ୟୁତ ଓ ସୌମ୍ୟଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଥିବାବେଳେ ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏହି ୩ ନେତାଙ୍କ ରାଜ୍ୟସଭାରେ ବାକି ଥିବା ଅବଧି ପାଇଁ ୫ତାରିଖରେ ନିର୍ବାଚନ ହେବ।
ଏହି ନିର୍ବାଚନ ପାଇଁ ଜୁନ୍ ୧୮ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ଜୁନ୍ ୨୫ରେ ନାମାଙ୍କନ ପତ୍ର ଦାଖଲ , ଜୁନ୍ ୨୬ରେ ପ୍ରାର୍ଥପତ୍ର ଯାଞ୍ଚ, ୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଜୁଲାଇ ୫ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଓ ସେହିଦିନ ଅପରାହ୍ନ ୫ଟାରେ ଫଳାଫଳ ଘୋଷଣା ହେବ ବୋଲି ଜଣାପଡ଼ିଛି।
ବିଧାନସଭାରେ ଏବେ ୧୪୬ଜଣ ବିଧାୟକ ଅଛନ୍ତି। ବିଜେଡିର ୧୧୧, ବିଜେପିର ୨୩, କଂଗ୍ରେସର ୯, ଜଣେ ସିପିଏମ୍ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ସଂଖ୍ୟାଦୃଷ୍ଟିରୁ ଦେଖିଲେ ନିର୍ବାଚନ ହେବାକୁ ଥିବା ୩ଟି ଯାକ ରାଜ୍ୟସଭା ଆସନକୁ ବିଜେଡି ସହଜରେ ଅକ୍ତିଆର କରିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version