Latest
୫୦ ମିଟର ସୁଟିଂ ଇଭେଣ୍ଟରେ ଭାରତରକୁ ମିଳିଲା ବ୍ରୋଞ୍ଜ
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ୫୦ ମିଟର ପୁରୁଷ ସୁଟିଂ ଇଭେଣ୍ଟରେ ଭାରତର ତାରକା ସୁଟର ସ୍ଵପ୍ନିଲ କୁସାଲେ ତୃତୀୟ ସ୍ଥାନ ହାସଲ କରି ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ତୃତୀୟ ପଦକ । ସୁଟିଂରେ ଭାରତ ତିନୋଟି ପଦକ ଜିତିଛି ଭାରତ ।
୫୦ ମିଟର ରାଇଫଲ ଇଭେଣ୍ଟରେ ଚୀନ୍ର ଲିୟୁ ୟୁକୁନ୍ ଶୀର୍ଷରେ ରହିଛନ୍ତି। ତାଙ୍କର ସ୍କୋର ୪୬୩.୬ ଥିଲା। ୟୁକ୍ରେନର କୁଲିସ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତର ତାରକା ସୁଟର ସ୍ଵପ୍ନିଲ କୁସାଲେ ମୋଟ ସ୍କୋର ୪୫୧.୪ କରି ତୃତୀୟ ସ୍ଥାନରେ ରହିଛନ୍ତି।ସେହିପରି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ସୁଟର୍ ମନୁ ଭାକର ଓ ସରବଜୋତ ସିଂହ ଭାରତ ପାଇ ବ୍ରୋଞ୍ଜ ପଦକ ହାସଲ କରିସାରିଛନ୍ତି ।