ରାଜ୍ୟ

୮ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର(ଓଡ଼ିଶା ୱେୟାର): ପଞ୍ଚାୟତକୁ ଉଭୟ ଆର୍ଥିକ ଓ ପ୍ରଶାସନିକ କ୍ଷମତା ହସ୍ତାନ୍ତର ସଂକ୍ରାନ୍ତ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି କରିଥିବା ସୁପାରିସକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ମୋଟ ୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପଞ୍ଚାୟତକୁ ଉଭୟ ଆର୍ଥିକ ଓ ପ୍ରଶାସନିକ କ୍ଷମତା ହସ୍ତାନ୍ତର ସଂକ୍ରାନ୍ତ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି କରିଥିବା ସୁପାରିସକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ମୋଟ ୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।
ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁÂିତ ହୋଇଯାଇଛି। ବିଧାନସଭା ଅଧିବେଶନ ଯୋଗୁ କ୍ୟାବିନେଟ ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଆନୁÂାନିକ ଭାବେ ସୂଚନା ଦିଆଯାଇନାହିଁ। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍କୁଲ, ହାଇସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ରକ୍ଷଣାବେକ୍ଷଣ ଓ ମରାମତି କରିବା ଦାୟିତ୍ୱ ନ୍ୟସ୍ତ ପାଇଁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏହି ପ୍ରସ୍ତାବ ଆସିଥିଲା।
ସେହିପରି ଅର୍ଥ ବିଭାଗ ମଧ୍ୟ ପଞ୍ଚାୟତିରାଜ ଅନୁÂାନକୁ ଆର୍ଥିକ ଆବଣ୍ଟନ ସଂକ୍ରାନ୍ତ ଏକ ପ୍ରସ୍ତାବ ଆଣିଥିଲା, ଯାହାକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ ମୋଟ ୫ଟି ପ୍ରସ୍ତାବ ଆସିଥିଲା। ସେଥିରେ ୩ଟି ଜଳସେଚନ ପ୍ରକଳ୍ପ ଟେଣ୍ଡର କାର୍ଯ୍ୟ ମଧ୍ୟ ସାମିଲ ଅଛି। ଏସବୁ ବ୍ୟତୀତ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ ଏକ ଏଜେଣ୍ଡାକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ସୂଚନାଯୋଗ୍ୟ ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟକୁ ଆଧାର କରି ବିଭିନ୍ନ ପଞ୍ଚାୟତିରାଜ ଅନୁÂାନକୁ ଅର୍ଥ ଆବଣ୍ଟନ ଓ କ୍ଷମତା ହସ୍ତାନ୍ତର ସଂକ୍ରାନ୍ତରେ ରାଜ୍ୟ ସରକାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ନିଜର ରିପୋର୍ଟ ଦେବାପରେ ଆଜି ତାହା କ୍ୟାବିନେଟ ବୈଠକର ଅନୁମୋଦନ ଲାଭ କରିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version