Latest

‘୧୦ ହଜାର ଶିକ୍ଷକ ପଦ ପରୂଣ ହେବ’

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ । ୪ ହଜାର ୪ଶହ ୪୫ ହିନ୍ଦୀ, ସଂସ୍କୃତ, ଶାରିରୀକ ଶିକ୍ଷା ଶିକ୍ଷକଙ୍କ ସମେତ ୬ ହଜାର ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଟିଚର ନିଯୁକ୍ତି ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ଏହି ପ୍ରବେଶିକା ପରୀକ୍ଷା ସିବିଟି ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ହେବ । ସିବିଟି ମାଧ୍ୟମରେ ପରୀକ୍ଷା କରିବା ଲାଗି ଏକ ସ୍ୱତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ। ପରୀକ୍ଷା ଫଳ ଆଧାରରେ ଶିକ୍ଷକମାନେ ନିଯୁକ୍ତି ପାଇବେ।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବ୍ରୁଆରି ପହିଲା ସୁଦ୍ଧା ରାଜ୍ୟରେ ୧୨ ହଜାର ୫୦୦ ହିନ୍ଦୀ, ସଂସ୍କୃତି, ପିଇଟି ଓ ଟିଜିଟି ପଦ ଖାଲି ରହିଛି । ଯାହାକି ମୋଟ ଅନୁମୋଦିତ ଶିକ୍ଷକ ପଦବୀର ମାତ୍ର ୩୪ ପ୍ରତିଶତ ହେବ । ଏତେ ସଂଖ୍ୟକ ବିଷୟ ଭିତ୍ତିକ ପଦ ଖାଲିପଡ଼ିବା ଚିନ୍ତାର ବିଷୟ । ତାହାକୁ ନଜରରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଉଈଞ ପରୀକ୍ଷା ଲାଗି ଯୋଜନା ହୋଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଷୟିକ କମିଟି ଏଦିଗରେ ସିବିଟି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ପ୍ରସ୍ତାବ ଦେଇଛି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗଣଶିକ୍ଷା ବିଭାଗଠାରୁ ଏନେଇ ଅନୁମତି ଲୋଡ଼ାଯାଇଛି। ଅନ୍ୟପଟେ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ନୂଆ ଯୋଜନା କରିଛି। ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ । ଇଣ୍ଟର୍ନସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ ଯୁକ୍ତ ୨ ରେଜଲ୍ଟ ଜୁଲାଇ ଶେଷ ମଧ୍ୟରେପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Most Popular

Exit mobile version