ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଏମିତି କିଛି ନା କିଛି ଘଟଣା ଘଟିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଦେଇଥାଏ । ଏଭଳି ଏକ ଘଟଣା ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି, ଯେଉଁଥିରେ ଗୋଟିଏ ଦିନରେ ହିଁ ଜଣେ ନୁହେଁ ତିନି ବୋଲର ହ୍ୟାଟ୍ରିକ୍ ୱିକେଟ୍ ନେଇ କମାଲ୍ କରିଛନ୍ତି ।
ଟି-୨୦ ବ୍ଲାଷ୍ଟରେ ଜୁଲାଇ ୨ ତାରିଖରେ କେଣ୍ଟ ଓ ସରେ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆଡାମ୍ ମିଲନେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଧମାକା କରିଛନ୍ତି । କେଣ୍ଟ ପକ୍ଷରୁ ପକ୍ଷରୁ ଖେଳୁଥିବା ମିଲନେ ହ୍ୟାଟ୍ରିକ୍ ନେବାରେ ସଫଳ ହୋଇଛନ୍ତି । କେଣ୍ଟକୁ ଶେଷ ଓଭରରେ ୧୮ ରନ୍ ଡିଫେଣ୍ଡ୍ କରିବାର ଥିଲା । ମିଲନେ ଓଭରର ଶେଷ ତିନୋଟି ବଲରେ ୩ଟି ୱିକେଟ୍ ନେଇ ନିଜ ଟିମକୁ ଜିତାଇଥିଲେ।
ଏହାବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ଆଉଜଣେ ଷ୍ଟାର୍ ବୋଲର ଲକି ଫର୍ଗ୍ୟୁସନ୍ ଜୁଲାଇ ୨ ତାରିଖରେ ୟର୍କଶାୟର୍ ଓ ଲାଙ୍କାଶାୟର୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି । ୟର୍କଶାୟର୍ ପକ୍ଷରୁ ଖେଳୁଥିବା ଫର୍ଗ୍ୟୁସନଙ୍କ ହ୍ୟାଟ୍ରିକ୍ ସଫଳତା ସହ ନିଜ ଟିମକୁ ୯ ରନରେ ବିଜୟୀ କରାଇଛନ୍ତି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...