Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଘରୋଇ ସିଜିନ୍ ଘୋଷଣା କଲା ବସିସିଆଇ

ନୂଆଦିଲ୍ଲୀ: ଭାରତର ଘରୋଇ କ୍ରିକେଟରଙ୍କ ପାଇଁ ଖୁସି ଖବର । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ ସିଜନ୍ ପାଇଁ ଘୋଷଣା କରିଛି । ନୂଆ ସିଜନ୍ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ ହେବ ଏବଂ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିର ଆୟୋଜନ ମଧ୍ୟ କରାଯିବ । ତେବେ ସବୁଠାରୁ ବଡ଼ ଖବର ହେଉଛି ଯେ ରଣଜୀ ଟ୍ରଫି ବର୍ଷକ ବ୍ୟବଧାନ ପରେ ଆୟୋଜନ ହେବ ।
ଗତ ବର୍ଷ କରୋନାଭାଇରସ୍ ମହାମାରୀ କାରଣରୁ ଦେଶର ସର୍ବୋଚ୍ଚ ଫ୍ଲଷ୍ଟ କ୍ଲାସ୍ ଟୁର୍ଣ୍ଣାମେଣ୍ଟ ପୁଣିଥରେ ଫେରିବ । ୩୮ ଟିମକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ଏବଂ ଏହା ପରବର୍ତ୍ତୀ ତିନି ମାସ ଧରି ଚାଲିବ । ବିଜୟ ହଜାରେ ଟ୍ରଫି ସହ ଘରୋଇ ସିଜନର ଶେଷ ହେବ, ଯାହା ଫେବୃଆରୀ ୨୩ରୁ ମାର୍ଚ୍ଚ ୨୬ ତାରିଖ ମଧ୍ୟ ଆୟୋଜନ କରାଯିବ ।
ବିସିସିଆଇ ଶନିବାର ଅର୍ଥାତ୍ ଜୁଲାଇ ୩ ତାରିଖରେ ନୂଆ ସିଜନର ଘୋଷଣା କରି କହିଛି ଯେ ବୋର୍ଡକୁ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସବୁ ଟୁର୍ଣ୍ଣାମେଣ୍ଟକୁ ସଫଳତାପୂର୍ବକ ଆୟୋଜନ ହେବ, ଯେଉଁଥିରେ ସବୁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ । ବୋର୍ଡ ଗତ ବର୍ଷ କରୋନାଭାଇରସ୍ କାରଣରୁ ସିଜନକୁ ଛୋଟ କରିଦେଇଥିଲା । ଏଥିରେ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ, ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା ।
ବୋର୍ଡ ମୁତାବକ, ୨୦୨୧-୨୨ ସିଜରେ ସବୁ ବୟସ ବର୍ଗରେ ମୋଟ ୨୧୨୭ଟି ଘରୋଇ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ରଣଜୀ ଟ୍ରଫି ସବୁଠାରୁ ଲମ୍ବା ହେବ । ଏହା ତିନିମାସ ଧରି ଚାଲିବ । ସେହିପରି ବିଜୟ ହଜାରେ ଟ୍ରଫି ମଧ୍ୟ ମାସେ ଧରି ଚାଲିବ । ହେଲେ ଏସବୁ ଟୁର୍ଣ୍ଣାମେଣ୍ଟ ବାୟୋ-ବବଲରେ ଖେଳାଯିବ ନା ନାହିଁ, ତାହା ବୋର୍ଡ ପକ୍ଷରୁ କୁହାଯାଇନାହିଁ ।
ଘରୋଇ ସିଜନର କ୍ୟାଲେଣ୍ଡର୍
ସେପ୍ଟେମ୍ବର ୨୧, ୨୦୨୧: ସିନିୟର୍ ମହିଳା ଦିନିକିଆ ଲିଗ୍
ଅକ୍ଟୋବର ୨୭, ୨୦୨୧: ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି
ଅକ୍ଟୋବର ୨୦, ୨୦୨୧: ସୟଦ ମୁସ୍ତାକ ଅଲୀ ଟ୍ରଫି
ନଭେମ୍ବର, ୧୬ ୨୦୨୧ରୁ ଫେବୃଆରୀ ୧୯, ୨୦୨୨ : ରଣଜୀ ଟ୍ରଫି
ଫେବୃଆରୀ ୨୩, ୨୦୨୨ରୁ ମାର୍ଚ୍ଚ ୨୬, ୨୦୨୨: ବିଜୟ ହଜାରେ ଟ୍ରଫି
ଏହିସବୁ ବଡ଼ ଟୁର୍ଣ୍ଣାମେଣ୍ଟ ବ୍ୟତୀୟ ବିଭିନ୍ନ ବୟସ ବର୍ଗରେ ଅଣ୍ଡର-୨୩, ଅଣ୍ଡର୍-୧୯ ଓ ଅଣ୍ଡର-୧୬ର ମହିଳା ଓ ପୁରୁଷର ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ଏଥିରେ ସିକେ ନାଇଡୁ ଟ୍ରଫି, ବିନୁ ମାଙ୍କଡ୍ ଟ୍ରଫି, ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, କୁଚ୍ ବେହାର୍ ଟ୍ରଫି ଓ ଦିନିକିଆ ଓ ଟି-୨୦ ଲିଗ୍ ମଧ୍ୟ ସାମିଲ୍ ଅଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top