Latest

କେନାଲରେ ୩୦ଫୁଟର ଘାଇ

Posted on

କାମାକ୍ଷାନଗର (ଓଡ଼ିଶା ୱେୟାର): ପୁଣି ଭାଙ୍ଗିଲା କେନାଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାନ୍ତରାପୁର ରେଙ୍ଗାଳି ଭରଏପୁର ଶାଖା କେନାଲରେ ୩୦ଫୁଟର ଘାଇ। ଫଳରେ ଜଳମଗ୍ନ ହୋଇଯାଇଛି ଶହ ଶହ ଏକର ଚାଷ ଜମି। ଗତକାଲି ରେଙ୍ଗାଳୀ ବାମ କେନାଲର କୁନିନ୍ଦା ଡିଷ୍ଟ୍ରିବ୍ୟୁଟାରି କେନାଲରେ ୧୦ଫୁଟର ଘାଇ ହୋଇଥିଲା।
ରେଙ୍ଗାଳି କେନାଲର ବିଭିନ୍ନ ସ୍ଥାନରେ ବାରମ୍ବାର ଘାଇ ହେଉଥିବାବେଳେ ବିଭାଗୀୟ ଅଧିକାରୀ ଏତିପ୍ରତି ଦୃଷ୍ଚି ଦେଉନଥିବା ଅଭିଯୋଗ ହେଉଛି। ଫଳରେ କେନାଲ ନିକଟରେ ଥିବା ଚାଷଜମି ଓ ଗାଁ ଗୁଡିକରେ ଅନେକ ସମୟରେ ବନ୍ୟାଭଳି ସ୍ଥିତି ସୃଷ୍ଟି ହେଉଛି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ନିମ୍ନମାନର କାମ ପାଇଁ କେନାଲ ଭାଙ୍ଗିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version