ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସସ୍ତରରେ ଗୁରୁବାର ବଡ଼ଧରଣର ଅଦଳବଦଳ କରିଛନ୍ତି । ସ୍ୱତନ୍ତ୍ର ଗୁଇନ୍ଦା ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀକୁ ବଦଳି କରାଯାଇଥିବାବେଳେ ଭଦ୍ରକ ଏସପି ଅନୁପ ସାହୁଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଛି । ୧୦ଟି ଜିଲ୍ଲାରେ ନୂଆ ଏସପିଙ୍କୁ ଅବସ୍ଥାପିତ କରାଯାଇଛି । ମୋଟ ୩୨ଜଣ ଆଇପିଏସଙ୍କ ବଦଳି ହୋଇଛି ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବଦଳି ହୋଇଥିବା ପୁଲିସ ଅଫିସରଙ୍କ ମଧ୍ୟରେ ୩୨ଜଣ ଆଇପିଏସ ଓ ୪ଜଣ ବରିଷ୍ଠ ଓପିଏସ୍ ଅଛନ୍ତି । ଆଇପିଏସଙ୍କ ମଧ୍ୟରେ ୩ ଜଣ ଅତିରିକ୍ତ ଡିଜି, ୮ ଆଇଜି ଓ ୪ ଡିଆଇଜି ପାହ୍ୟା ଅଫିସର୍ଙ୍କ ସମେତ ୧୦ ଜିଲ୍ଲାର ଏସପିଙ୍କୁ ମିଶାଇ ୩୨ ଜଣ ଆଇପିଏସ୍ ଓ ୪ ବରିଷ୍ଠ ଓପିଏସଙ୍କ ବଦଳି କରାଯାଇଛି । ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀ (ବିପିଏସପି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରାଙ୍କୁ ବଦଳି କରାଯାଇ ରାଜ୍ୟ ସଶସ୍ତ୍ର ବାହିନୀ(ଏସଏପି)ର ଅତିରିକ୍ତ ଡିଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୧୯୯୦ ବ୍ୟାଚ୍ ଆଇପିଏସ୍ ଏଡିଜି ତଥା ଗୁଇନ୍ଦା ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ବଦଳି କରାଯାଇ ବିପିଏସପିର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସଶସ୍ତ୍ର ବାହିନୀର ଅତିରିକ୍ତ ଡିଜି ବି. ରାଧିକାଙ୍କୁ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି । ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ୍ ଆଇଜି ସୁଶାନ୍ତ ନାଥଙ୍କୁ ପଦୋନ୍ନତି ଦିଆଯାଇ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟୋରୀର ଅତିରିକ୍ତ ଡିଜି ତଥା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବିନୟତୋଷ ମିଶ୍ରଙ୍କୁ ଏଡିଜି ଆଧୁନିକୀକରଣ ଭାବେ ବଦଳି କରାଯାଇଥିବା ବେଳେ ଆଇଜି ଅପରେସନ୍ (ଆଣ୍ଟି ନକ୍ସଲ) ଭାବେ କାର୍ଯ୍ୟ କରୁଥିବା ଆର ପି କୋଚେଙ୍କୁ ପଦୋନ୍ନତି ଦିଆଯାଇ ସେଠାରେ ଅତିରକ୍ତି ଡିଜି ଅପରେସନ୍ ଭାବେ ରଖାଯାଇଛି । ସେହିପରି ଆର୍ କେ ଶର୍ମାଙ୍କୁ ଗୁଇନ୍ଦା ଶାଖାର ଆଇଜି ତଥା ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଭୁବନେଶ୍ୱର-କଟକ କମିଶନରେଟ୍ ଅତିରିକ୍ତ କମିଶନର୍ ପି ଏସ୍ ରଣପିସେଙ୍କୁ ଆଇଜି ପର୍ସୋନେଲ୍, ପୁଲିସ୍ ଆଧୁନିକୀକରଣ ଆଇଜି ଅରୁଣ କୁମାର ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ୍ ଆଇଜି , ଆଇଜି ପର୍ସୋନେଲ୍ ସଞ୍ଜୟ କୁମାର ସିଂହଙ୍କୁ କମିଶନରେଟ୍ର ଅତିରିକ୍ତ କମିଶନର, ଦକ୍ଷିଣାଞ୍ଚଳ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ତାଳଚେର, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ଏହି ସ୍ଥାନରେ ଥିବା ଡିଆଇଜି ଯତୀନ୍ଦ୍ର କୋଏଲ୍ଙ୍କୁ ଆଇଜି ଭିଜିଲାନ୍ସ, ଡିଆଇଜି ଭିଜିଲାନ୍ସ ଥିବା ଏ ଏନ୍ ସିହ୍ନାଙ୍କୁ ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜି ଭାବେ ବଦଳି କରାଯାଇଛି । କ୍ରାଇମବ୍ରାଞ୍ଚ୍ ଡିଆଇଜି ଏନ୍ କେ କାନୋଡିଆଙ୍କୁ କ୍ରାଇମବ୍ରାଞ୍ଚ୍ ଅଧୀନ ଅର୍ଥନୈତିକ ଅପରାଧ ଶାଖା ଡିଆଇଜି ଭାବେ, ପୁଲିସ୍ କମ୍ପ୍ୟୁଟର୍ ଡିଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଏଚଆରପିସି ଏସସି ଏସଟି ସେଲ୍ ଆଇଜି ଭାବେ ବଦଳି କରାଯାଇଛି ।
ଗଞ୍ଜାମ ଏସପି ଆଶିଷ କୁମାର ସିଂଙ୍କୁ ପଦୋନ୍ନତି ପରେ ଦକ୍ଷିଣାଞ୍ଚଳ ଡିଆଇଜି ବ୍ରହ୍ମପୁରଠାରେ ଅବସ୍ଥାପିତ କରାଯାଇଥିବା ବେଳେ ପଦୋନ୍ନତି ପରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଅପ୍ରତ୍ୟାଶିତ ଭାବେ ଗତ ମାସରେ ଜଗତସିଂହପୁରରୁ ବରଗଡ଼ ଏସ୍ପି ଭାବେ ବଦଳି ହୋଇଥିବା ଜୟନାରାୟଣ ପଙ୍କଜଙ୍କୁ ପୁଣି ଜଗତସିଂହପୁରକୁ ଫେରାଇ ଅଣାଯାଇଛି । ବାରିପଦାସ୍ଥିତ ୫ମ ବାଟାଲିୟନ କମାଣ୍ଡାଣ୍ଟ ଅଶ୍ୱିନୀ କୁମାରଙ୍କୁ ମୟୁରଭଞ୍ଜ୍ ଏସପି, ବାଲେଶ୍ୱର ଏସ୍ପି ନୀତିଶେଖରଙ୍କୁ କ୍ରାଇମବ୍ରାଞ୍ଚ ଏସପି, ଅନୁଗୁଳୁ ଏସପି ବ୍ରିଜେଶ କୁମାର ରାୟଙ୍କୁ ଗଞ୍ଜାମ, କନ୍ଧମାଳ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ ଅନୁଗୁଳୁ, ସୁନ୍ଦରଗଡ଼ ଏସପି ପିନାକ ମିଶ୍ରଙ୍କୁ ବ୍ରହ୍ମପୁର ଓ ବି. ଗଙ୍ଗାଧରଙ୍କୁ ଭଦ୍ରକ ଏସପି ଭାବେ ବଦଳି କରାଯାଇଥିବା ବେଳେ କମିଶନରେଟ ଭୁବନେଶ୍ୱରରେ ମୁଖ୍ୟାଳୟ ଡିସିପି ଭାବେ କାର୍ଯ୍ୟ କରୁଥିବା ଅନୁପମା ଜେମସଙ୍କୁ ଦେଓଗଡ଼ ଏସପି, ନବରଙ୍ଗପୁର ଏସପି ମୁକେଶ କୁମାର ଭାମୁଙ୍କୁ ବରଗଡ଼ ବଦଳି କରାଯାଇଛି । ଏସ୍ଡିପିଓ ଭାବେ କାର୍ଯ୍ୟ କରୁଥିବା ୨୦୧୪ ବ୍ୟାଚର ୩ ଜଣ ଆଇପିଏସ୍ଙ୍କୁ ଜିଲ୍ଲା ଏସପି ଭାବେ ଅବସ୍ଥାପିତ କରାଯାଇଛି । ପାନପୋଷ ଏସଡିପିଓ ସୌମ୍ୟା ମିଶ୍ରଙ୍କୁ ସୁନ୍ଦରଗଡ଼ ଏସ୍ପି, ବାଲିଗୁଡ଼ା ଏସଡିପିଓ ବିବେକାନନ୍ଦ ଶର୍ମାଙ୍କୁ ନବରଙ୍ଗପୁର ଏସ୍ପି, ମାଲକାନଗିରି ଏସଡିପିଓ ପ୍ରତୀକ ସିଂହଙ୍କୁ କନ୍ଧମାଳ ଏସପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବରିଷ୍ଠ ଓପିଏସ କାର୍ତ୍ତିକେଶ୍ୱର ସାମଲଙ୍କୁ ସ୍ପେଶାଲ ବ୍ରାଞ୍ଚ୍ ଏସପି ଇନଚାର୍ଜ, ବାଲେଶ୍ୱର ଅତିରିକ୍ତ ଏସପି ସନ୍ତୋଷ କୁମାର ନାୟକଙ୍କୁ ଢେଙ୍କାନାଳ ଏସପି, ଇନଚାର୍ଜ ଓ ଭୁବନେଶ୍ୱର କମିଶନରେଟ୍ରେ ଅତିରିକ୍ତ ଡିସିପି ଭାବେ କାର୍ଯ୍ୟ କରୁଥିବା ପ୍ରାଣଧନ ମହାପାତ୍ରଙ୍କୁ କମିଶନରେଟ ମୁଖ୍ୟାଳୟ ଡିସିପି ଇନଚାର୍ଜ ଭାବେ ବଦଳି କରାଯାଇଛି ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...