ଦେଶ- ବିଦେଶ

ଆମେରିକାରେ ୪ ପ୍ରବାସୀ ଭାରତୀୟଙ୍କୁ ହତ୍ୟା

Posted on

ନ୍ୟୁୟର୍କ: ଆମେରିକାରେ ୪ ପ୍ରବାସୀ ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି। ଘର ଭିତରେ ଏହି ହତ୍ୟାକାଣ୍ଡ ହୋଇଛି। ଆମେରିକାର ଆଇଓଓ୍ୱା ରାଜ୍ୟର ଓ୍ୱେଷ୍ଟ ଡେସ ମୋଇନେସରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି।
ମୃତକମାନେ ହେଲେ ୪୪ ବର୍ଷୀୟ ଚନ୍ଦ୍ରଶେଖର ସୁନକର, ୪୧ ବର୍ଷୀୟ ଲାବନ୍ୟ ଏବଂ ଦୁଇ ପୁଅ ଜଣଙ୍କର ବୟସ ୧୫ ଏବଂ ଅନ୍ୟଜଣଙ୍କର ବୟସ ୧୦ ବର୍ଷ। ଏ ସମସ୍ତେ ଆନ୍ଧ୍ରପ୍ରଦେଶର ମୂଳବାସିନ୍ଦା ବୋଲି ଜଣାପଡ଼ିଛି। ସୁନକରଙ୍କ ଘର ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଟିସୁନ୍ଦୁରୁରେ। ସୁନକରଙ୍କ ବାପା, ମାଆ ଏବେ ହାଇଦ୍ରାବାଦରେ ରହୁଛନ୍ତି। ଉଚ୍ଚଶିକ୍ଷା ପାଇଁ ସୁନକର ଆମେରିକା ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ସେଠାରେ ପରିବାର ସହ ରହୁଥିଲେ।

ସୁନକର ପବ୍ଲିକ ସେଫଟି ଟେକ୍ନୋଲଜି ବ୍ୟୁରୋର ଆଇଓ୍ୱା ଶାଖାରେ କାମ କରୁଥିଲେ। ଏହି ହତ୍ୟାକାଣ୍ଡ ବେଳେ ସେହି ସମୟରେ ସୁନକରଙ୍କ ଘରେ ଅତିଥି ଉପସ୍ଥିତ ଥିଲେ ବୋଲି ପୁଲିସ କହିଛି।

ପ୍ରାଥମିକ ତଦନ୍ତ କରିବା ପରେ ସ୍ଥାନୀୟ ପୁଲିସ ଦେଇଥିବା ସୂଚନା ଅନୁସାରେ ହତ୍ୟା ପୂର୍ବରୁ କିମ୍ୱା ହତ୍ୟା ପରେ ସୁନକରଙ୍କ ଘର ଭିତରୁ କେହି ବାହାରି ନାହାନ୍ତି କି ଯାଇ ନାହାନ୍ତି। ବୋଧହୁଏ ସୁନକର ମାନସିକ ଚାପରେ ଥିଲା। ତେଣୁ ପ୍ରଥମେ ନିଜ ସ୍ତ୍ରୀ ଓ ଦୁଇ ପୁଅକୁ ଗୁଳିକରି ସୁନକର ହତ୍ୟା କରିବା ପରେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥାଇପାରେ ବୋଲି ଆକଳନ କରିଛି ସ୍ଥାନୀୟ ପୁଲିସ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ସଠିକ୍ ତଥ୍ୟ ସାମ୍ନାକୁ ଆସିପାରି ନାହିଁ।

Leave a Reply

Your email address will not be published. Required fields are marked *

Most Popular

Exit mobile version