Latest

୪୬୪ କୋଟିର ୪ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ

ଭୁବନେଶ୍ୱର(ଓଡ଼ିଶା ୱେୟାର):କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ୪୬୪.୭୨ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ୪୬୪.୭୨ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୮୭୩ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କରୋନା ପରିସ୍ଥିତି ସତ୍ତ୍ୱେ ଫେବୃୟାରୀ ମାସରୁ ଏପର୍ଯ୍ୟନ୍ତ ରାଜ୍ୟକୁ ପ୍ରାୟ ୧.୧୯ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଓ ଏହାଦ୍ୱାରା ୫୪୧୩୧ଟି ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି।
ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣର ବୈଠକରେ ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ାଠାରେ ଫାଇବର ବୋର୍ଡ କାରଖାନା କରିବା ନିମନ୍ତେ ଗାଲାକ୍ସ ଇଣ୍ଡଷ୍ଟ୍ରିକୁ ଅନୁମତି ମିଳିଛି। ଏହି କାରଖାନାରେ କମ୍ପାନୀ ୯୩କୋଟି ଟଙ୍କା ନିବେଶ କରି ୩୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ। ସେହିପରି ଗ୍ଲୋବସ୍ କମ୍ପାନୀ ଦ୍ୱାରା ଖୋର୍ଦ୍ଧା ଓ ନୟାଗଡ଼ରେ ଇଥାନଲ ପ୍ଲାଣ୍ଟ ଓ ୪ମେଗାୱାଟର ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ କମ୍ପାନୀ ୧୫୧କୋଟି ଟଙ୍କା ନିବେଶ କରିବ ଓ ୩୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ।
ସେହିପରି ଏନଭିରୋକେୟାର କମ୍ପାନୀ ସୁନ୍ଦରଗଡ଼ର ଲାଠିକଟାଠାରେ ପେଲେଟ ପ୍ଲାଣ୍ଟ ଓ ସ୍ଲରି ପାଇପଲାଇନ୍ ନିର୍ମାଣ କରିବ ଓ ଏଥିରେ ୧୯୫ଜଣ ନିଯୁକ୍ତି ସୁଯୋଗ ପାଇବେ ତଥା କମ୍ପାନୀ ୧୦୦କୋଟି ଟଙ୍କା ନିବେଶ କରିବ।
ଏହି ପ୍ରକଳ୍ପଗୁଡ଼ିକୁ ଉନ୍ନତମାନର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଗ୍ରୀଡକୋ ପ୍ରତିଶ୍ରୁତି ଦେଇଥିବାବେଳେ ଏସବୁ ପ୍ରକଳ୍ପ ନିମନ୍ତେ ଜମି ଓ ଜଳଯୋଗାଣର ବାସ୍ତବ ଆକଳନ ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version