Latest

ଢେଙ୍କାନାଳ ଆବାସିକ କଲେଜରୁ ୫୩ ସଂକ୍ରମିତ

Posted on

ଢେଙ୍କାନାଳ, (ଓଡ଼ିଶା ୱେୟାର): ସ୍ଥାନୀୟ ଆବାସିକ କଲେଜରୁ ଗତକାଲି ୩୩ ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ଆହୁରି ୧୬ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି। ଏହି ଖବର ସାମ୍ନାକୁ ଆସିବା ପରେ କଲେଜକୁ ସିଲ କରିଦିଆଯାଇଛି। ସେପଟେ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସେପଟେ ବହୁଳ ସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ବାହାରକୁ ଆସିବା ପରେ କଲେଜ ଓ ହଷ୍ଟେଲକୁ କଲେଜ କର୍ତ୍ତୃପକ୍ଷ ଖାଲି କରିଦେଇଛନ୍ତି ।ଆବାସିକ କଲେଜରେ ପଢ଼ୁଥିବା ୨୬୦ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨୧୦ ଜଣଙ୍କର ରିପୋର୍ଟ ଆସିଥିଲା। ଯେଉଁଥିରେ ୩୩ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ବାକି ୫୦ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ଆସିନଥିଲା। ଆଜି ଅପରାହ୍ନରେ ଆସିଥିବା ବାକି ୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬ ଜଣ ପଜିଟିଭ୍‌ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version