Latest

୬ମାସ ପୁରୁଣା ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ଭାଙ୍ଗିଲା

ଭୁବନେଶ୍ୱର(ଓଡ଼ିଶା ୱେୟାର): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ‘ଏକାମ୍ର ପ୍ୟାକେଜ’ ଘୋଷଣା କରିବାର ୪୮ଘଣ୍ଟା ନପୁରୁଣୁ ଦେବୋତ୍ତର କମିଶନ ମନ୍ଦିର ଟ୍ରଷ୍ଟ୍ ବୋର୍ଡର ପୁନର୍ଗଠନ କରିଛନ୍ତି। ୬ମାସ ପୁରୁଣା ଟ୍ରଷ୍ଟ୍ ବୋର୍ଡକୁ ଭାଙ୍ଗି ଏବେ ନୂଆ ଟ୍ରଷ୍ଟ୍ ବୋର୍ଡ ଗଠନ କରାଯାଇଛି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ‘ଏକାମ୍ର ପ୍ୟାକେଜ’ ଘୋଷଣା କରିବାର ୪୮ଘଣ୍ଟା ନପୁରୁଣୁ ଦେବୋତ୍ତର କମିଶନ ମନ୍ଦିର ଟ୍ରଷ୍ଟ୍ ବୋର୍ଡର ପୁନର୍ଗଠନ କରିଛନ୍ତି। ୬ମାସ ପୁରୁଣା ଟ୍ରଷ୍ଟ୍ ବୋର୍ଡକୁ ଭାଙ୍ଗି ଏବେ ନୂଆ ଟ୍ରଷ୍ଟ୍ ବୋର୍ଡ ଗଠନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଟ୍ରଷ୍ଟ୍ ବୋର୍ଡର ଅଧ୍ୟକ୍ଷ ରହିଥିବାବେଳେ ୩ଟି ନିଯୋଗର ପ୍ରତିନିଧିଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ଓ ସୁପରିଚାଳନା ନିମନ୍ତେ ୨୦୧୯ ସେପ୍ଟେମ୍ବର ୪ତାରିଖରେ ମନ୍ଦିର ଟ୍ରଷ୍ଟ୍ ବୋର୍ଡର ପୁନର୍ଗଠନ ହୋଇଥିଲା। କିନ୍ତୁ ଏବେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ପାରିପାଶ୍ୱିର୍କ ଅଞ୍ଚଳର ବିକାଶ କାର୍ଯ୍ୟ ଚାଲିଥିବାରୁ ଦୋବୋତ୍ତର କମିଶନର ପୁରୁଣା ଟ୍ରଷ୍ଟ୍ ବୋର୍ଡକୁ ଭାଙ୍ଗି ନୂଆ ଟ୍ରଷ୍ଟବୋର୍ଡ ଗଠନ କରିଛନ୍ତି। ଏହି ନୂଆ ଟ୍ରଷ୍ଟ ବୋର୍ଡ ଏକ ବର୍ଷ ପାଇଁ କାର୍ଯ୍ୟ କରିବ।
ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଥିବାମେଳେ ଆବାହକ ଭାବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଳାପାଳ, ସଦସ୍ୟ ଭାବେ ଭୁବନେଶ୍ୱର ଜୋନ-୨ ଏସିପି, ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କୋର୍ଟର ସରକାରୀ ଓକିଲଙ୍କ ସମେତ ୩ ନିଯୋଗର ପ୍ରତିନିଧି ଭାବେ ପ୍ରସନ୍ନ ପୂଜାପଣ୍ଡା, ହେମନ୍ତ କୁମାର ପଣ୍ଡା ଓ ଅଞ୍ଚଳ ବଟୁ ଓ ଓକିଲ ମାନସ ରଞ୍ଜନ ମହାପାତ୍ରଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।
ସୂଚନାଯୋଗ୍ୟ, ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର କିଛି ସଭ୍ୟଙ୍କ ନାଁରେ ଠାକୁରଙ୍କ ଜମିକୁ ଜବରଦଖଲ କରିବାର ଅଭିଯୋଗ ଆସିବା ପରେ ଦେବୋତ୍ତର କମିଶନଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version