ବିରାଟ କୋହଲି ଏବେ ନିଜ ଇଚ୍ଛାରେ ଗୋଟିଏ ପରେ ଗୋଟିଏ କୀର୍ତିମାନକୁ ନିଜ ନାମରେ କରି ଚାଲିଛନ୍ତି। କହିବାକୁ ଗଲେ କୀର୍ତିମାନକୁ ସେ ଏବେ ଅଭ୍ୟାସରେ ପରିଣତ କରି ସାରିଛନ୍ତି। ଶୁକ୍ରବାର ନିଜର ୭୬* ରନ୍ ପାଳି ଅବସରରେ କୋହଲି ଦରିଆପାରି ଗସ୍ତରେ ଅଧିନାୟକ ଭାବେ ୧୦୦୦ ରନ୍ ପୂରଣ କରିଥିଲେ। ସେହିଭଳି ମୋଟ ୭ ବିଦେଶ ଗସ୍ତରେ ସେ ହାରାହାରିରେ ମଧ୍ୟ ଭାରତୀୟଙ୍କ ମଧ୍ୟରେ ଶୀର୍ଷରେ ପହଞ୍ଚିଛନ୍ତି। କୋହଲିଙ୍କ ହାରାହାରି (୬୩.୬୮) ମଧ୍ୟ ସଚିନ ତେନ୍ଦୁଲକର (୫୪.୯୦), ରାହୁଲ ଦ୍ରାବିଡ଼ (୪୬.୮୮) ଏବଂ ସୌରଭ ଗାଙ୍ଗୁଲି (୪୩.୪୧)ଙ୍କୁ ପଛରେ ପକାଇ ଦେଇଛି। ଶନିବାର ସକାଳେ ଭାରତ ଯଦି ପୂର୍ବ ଦିନର ସ୍କୋର୍ରେ ପାଳି ଘୋଷଣା ନ କରେ ତେବେ କୋହଲି ନିଜର ୧୭ତମ ଟେଷ୍ଟ୍ ଶତକ ହାସଲର ସୁଯୋଗ ପାଇବେ। ଶ୍ରୀଲଙ୍କା ପାଳି ୨୯୧ ରନ୍ରେ ଶେଷ ହେବା ପରେ ଭାରତ ଫଲୋଅନ୍ ଡ଼ାକିବ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। ଶାସ୍ତ୍ରୀ-କୋହଲିଙ୍କ ଯୋଜନା କିନ୍ତୁ ଭିନ୍ନ ଥିଲା। ଭାରତ ଦ୍ୱିତୀୟ ପାଳି ଖେଳିଥିଲା। ମିଳିଥିବା ଏକ ପରିସଂଖ୍ୟାନ ମଧ୍ୟ ଏଭଳି ଧାରା ସପକ୍ଷରେ ରହିଛି। ୨୦୧୦ ମସିହା ପରେ ଫଲୋଅନ୍ ଡାକିବାକୁ ଯୋଗ୍ୟ ହୋଇ ପ୍ରୟୋଗ କରି ନ ଥିବା ଦଳ ୩୬ରୁ ୩୪ଟିରେ ଜିତିଛନ୍ତି। କେବଳ ଗୋଟିଏ ଅମୀମାଂସିତ ରହିଛି।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...