Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ମନୋରଞ୍ଜନ

ଦ୍ୱିତୀୟ ଥର ଲାଗି ପରଦାକୁ ଆସିବେ ସିଦ୍ଧାନ୍ତ-ନୈନା ଯୋଡ଼ି

ନୈନା ଦାଶଙ୍କ ଅଭିନୀତ ପ୍ରଥମ ସିନେମା ହେଲା ସୂରଜ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମା ମଙ୍ଗଳା’।

ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତଙ୍କୁ କେତେକ ଅଭିନେତ୍ରୀ ପ୍ରଥମ ସିନେମାରେ ନାୟକ ଭାବେ ପାଇଛନ୍ତି ତ ପୁଣି କେତେଜଣ ଦୀର୍ଘବର୍ଷ ପରେ ଏଭଳି ସୁଯୋଗ ପାଇଛନ୍ତି। ଏଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଲେ ନୈନା ଦାଶ।
 ନୈନା ଦାଶଙ୍କ ଅଭିନୀତ ପ୍ରଥମ ସିନେମା ହେଲା ସୂରଜ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମା ମଙ୍ଗଳା’। ଏଥିରେ ସୂରଜଙ୍କ ବିପକ୍ଷରେ ହିଁ ଅଭିନୟ କରି ଥିଲେ ନୈନା। ଏହାପରେ ସେ ‘ଶାଶୁଘର ଚାଲିଯିବି’ଓ ‘ମୋ ମନ ଖାଲି ତୋରି ପାଇଁ’ ଭଳି ଛବିରେ ଚରିତ୍ର ଅଭିନେତ୍ରୀ ଭାବେ ନଜର ଆସିଥିଲେ।
 ତେବେ ସିଦ୍ଧାନ୍ତଙ୍କ ସାଥ୍‌ ମିଳିଥିଲା ନୈନାଙ୍କୁ କେବଳ ଗୋଟିଏ ସିନେମାରେ। ତାହା ହେଲା ‘ତୁମକୁ ଦେଖିଲା ପରେ’। ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଏହି ସିନେମାରେ ପ୍ରଥମ ଥର ଲାଗି ସିଦ୍ଧାନ୍ତ-ନୈନାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ଦ୍ୱିତୀୟ ଥର ପାଇଁ ଏହି ଯୋଡ଼ି ପରଦାକୁ ଆସୁଛନ୍ତି। ଯେଉଁ ଓଡ଼ିଆ ଛବିରେ ପୁଣି ସିଦ୍ଧାନ୍ତ-ନୈନା ଏକାଠି ଆସୁଛନ୍ତି, ତାହା ହେଲ ‘ବଜରଙ୍ଗୀ’। ଶଚ୍ଚୀକାନ୍ତ ଜେନାଙ୍କ ପ୍ରଯୋଜିତ ଓ ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାନ୍ତଙ୍କ ପତ୍ନୀ ଭୂମିକାରେ ଅଛନ୍ତି ନୈନା। ଏଥିରେ ଅମ୍ଳାନ-ଅନୁଭାଙ୍କ ଯୋଡ଼ି ମଧ୍ୟ ଅଛନ୍ତି। ‘ବଜରଙ୍ଗୀ’ ଏକ ଆକସନ୍‌ ପ୍ୟାକଡ ଫିଲ୍ମ ବୋଲି ଜଣାଯାଇଛି।
Click to comment

Leave a Reply

Your email address will not be published. Required fields are marked *

Most Popular

To Top