ଭୁବନେଶ୍ୱର(ଓଡବ୍ଲ୍ୟୁ): ଓଡ଼ିଶାରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ ପାଇଁ ୫ଜଣିଆ ସର୍ଚ୍ଚ କମିଟି ଗଠନ ନିମନ୍ତେ ଚଳିତମାସ ୧୦ତାରିଖରେ ଲୋକାୟୁକ୍ତ ସିଲେକ୍ସନ୍ କମିଟିର ବୈଠକ ଅନୁଷ୍ଠିତ ହେବ।ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜ୍ୟରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।
ସୂଚନା ଅନୁସାରେ ୧୦ତାରିଖ ସନ୍ଧ୍ୟା ୭ଟାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକାୟୁକ୍ତ ସିଲେକ୍ସନ୍ କମିଟିର ପୂର୍ଣ୍ଣାଙ୍ଗ ସଦସ୍ୟଙ୍କ ଏକ ବୈଠକ ବସିବ। ଏହି କମିଟି ୫ଜଣିଆ ସର୍ଚ୍ଚ କମିଟିକୁ ଚୂଡ଼ାନ୍ତ କରିବେ।ସର୍ଚ୍ଚ କମିଟିର କାର୍ଯ୍ୟକାଳ ୨ବର୍ଷ ରହିବ ଓ ଏହାର ସଦସ୍ୟମାନଙ୍କୁ ରାଜ୍ୟ ସରକାରଙ୍କ ସଚିବ ପାହ୍ୟାର ଅଫିସର ଭଳି ସୁବିଧାସୁଯୋଗ ମିଳିବ । ଲୋକାୟୁକ୍ତ ଅଧ୍ୟକ୍ଷ ପଦବୀ ପାଇଁ ୫ଜଣ ବ୍ୟକ୍ତି ଏବଂ ୫ଜଣ ଲୋକାୟୁକ୍ତ ସଦସ୍ୟଙ୍କ ପାଇଁ ୧୫ଜଣଙ୍କୁ ଏହି ସର୍ଚ୍ଚ କମିଟି ଚୂଡ଼ାନ୍ତ କରିବ।ତା’ପରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନାଁକୁ ସିଲେକ୍ସନ୍ କମିଟି ନିକଟକୁ ସର୍ଚ୍ଚ କମିଟି ପଠାଇବେ।ସିଲେକ୍ସନ କମିଟି ହିଁ ସେହି ତାଲିକା ମଧ୍ୟରୁ ଜଣେ ଲୋକାୟୁକ୍ତ ଓ ୫ଜଣ ସଦସ୍ୟଙ୍କୁ ଚୟନ କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୬ତାରିଖରେ ସିଲେକ୍ସନ୍ କମିଟିର ବୈଠକ ବସି ପଂଚମ ସଦସ୍ୟ ତଥା ଆଇନ ବିଶେଷଜ୍ଞଙ୍କୁ ଚୟନ କରାଯାଇଥିଲା । ସିଲେକ୍ସନ୍ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ମୁଖ୍ୟ ବିଚାରପତି କେଏସ୍ ଜାଭେରୀ, ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସଦସ୍ୟ ଅଛନ୍ତି । ସିଲେକ୍ସନ କମିଟି ଦ୍ୱାରା ମନୋନୀତ ହୋଇଥିବା ୫ମ ସଦସ୍ୟଙ୍କୁ ଇତିମଧ୍ୟରେ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ସିଲେକ୍ସନ୍ କମିଟିର ପଂଚମ ସଦସ୍ୟ ଭାବେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି । ଜୁଲାଇ ୯ ତାରିଖରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ଗଠନ ନିମନ୍ତେ ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ ।
ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ...