Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

୩୩% ମହିଳା ସଂରକ୍ଷଣ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ୨୨ଟି ଦଳକୁ ଭେଟିବ ବିଜେଡି

ଭୁବନେଶ୍ୱର(ଓଡବ୍ଲ୍ୟୁ): ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦାବିକୁ ସଫଳ ରୂପ ଦେବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ବଢ଼ିଛନ୍ତି।ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ଗୃହୀତ ଓ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହିଳା ବିଲ୍ ପାସ୍ ନିମନ୍ତେ ଚିଠି ଲେଖିବା ଦାବି କରିବା ପରେ ଦଳର ନେତାମାନଙ୍କ ସହ ବୈଠକ କରି ମହିଳା ବିଲ୍ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାର ଏକ ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିଛନ୍ତି ।

ସୂଚନା ଅନୁସାରେ ଆଜି ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ଉପସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ସପକ୍ଷରେ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ସହମତି ସୃଷ୍ଟି କରିବା ନିମନ୍ତେ ବିଜେଡି ପଦକ୍ଷେପ ନେବ ବୋଲି ସହମତି ହୋଇଛି।ସଂସଦରେ ଅଟକି ରହିଥିବା ମହିଳା ବିଲକୁ ଆଇନରେ ପରିଣତ କରିବା ଦିଗରେ ବିଜେଡି ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ସହମତି ସୃଷ୍ଟି କରିବ।ଏଥିପାଇଁ ବିଜେଡିର ପ୍ରତିନିଧିମାନେ ଦେଶର ୭ଟି ଜାତୀୟ ଦଳ ଓ ୧୫ଟି ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଭେଟିବେ।ଏହାବ୍ୟତୀତ ଡିସେମ୍ବର ୧୧ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଦଳର ସାଂସଦମାନେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବେ।ବିଜେଡି ପକ୍ଷରୁ ଦଳର ପ୍ରତିନିଧିମାନେ ଏହି ମହିଳା ସଂରକ୍ଷଣ ପ୍ରସଙ୍ଗରେ ସମର୍ଥନ ସଂଗ୍ରହ ନିମନ୍ତେ କେଉଁ ଦଳକୁ ଭେଟିବେ ତା’ର ଏକ ତାଲିକା ପ୍ରସ୍ତୁତ ହୋଇଛି।
କଂଗ୍ରେସକୁ ସାଂସଦ ତଥାଗତ ଶତପଥୀ,ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ ଓ ବେଦପ୍ରକାଶ ଅଗ୍ରୱାଲ, ବିଜେପିକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ଭର୍ତୃହରି ମହତାବ,ସରୋଜିନୀ ହେମ୍ବ୍ରମ ଓ ବେଦପ୍ରକାଶ ଅଗ୍ରୱାଲ,ଏନସିପିକୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ଅରୂପ ପଟ୍ଟନାୟକ ଓ ସାଂସଦ ଶକୁନ୍ତଳା ଲାଗୁରୀ, ବିଏସପିକୁ ମନ୍ତ୍ରୀ ଶଶୀଭୂଷଣ ବେହେରା,ଏୟୁ ସିଂହଦେଓ ଓ ପ୍ରତ୍ୟୁଷା ରାଜେଶ୍ୱରୀ, ସିପିଆଇକୁ ସାଂସଦ କଳିକେଶ ସିଂହଦେଓ, କୁଳମଣୀ ସାମଲ ଓ ରୀତା ତରାଇ ଓ ତୃଣମୂଳ କଂଗ୍ରେସକୁ ଭେଟିବା ପାଇଁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅନନ୍ତ ଦାସ ଓ ଅରବିନ୍ଦ ଢ଼ାଲିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଏଆଇଡିଏମକେ, ଡିଏମକେ, ଆରଏଲଡି,ଜେଡିଏସ,ଜେଡିୟୁ, ଏନସି,ପିଡିପି, ଜେଏମଏମ,ଆରଜେଡି, ଅକାଳୀ ଦଳ,ଶିବସେନା, ଟିଡିପି,ଟିଆରଏସ ଆଦି ଦଳର ସୁପ୍ରିମୋଙ୍କୁ ଭେଟିବା ପାଇଁ ମଧ୍ୟ ଦଳର ବିଭିନ୍ନ ନେତାଙ୍କୁ ବିଜେଡି ଦାୟିତ୍ୱ ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top