ନିଳଗିରି, (ଓଡ଼ିଶା ୱେୟାର): ଜଙ୍ଗଲୀ ରାସ୍ତା ଦେଇ ଗହଣା କିଣିବାକୁ ଯାଉଥିଲେ ଦିନେଶ ସାଂଘଭି। ହଠାତ୍ ବନ କର୍ମଚାରୀଙ୍କ ପୋଷାକ ପିନ୍ଧି ୫ ଜଣ ଯୁବକ ଆସି ଚେକିଂ ବାହାନାରେ ୧୦ ଲକ୍ଷ ଟଙ୍କା ଲୁଟିନେଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ନୀଳଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଏହି ନାଟକୀୟ ଲୁଟେରା ଆଉ କେଉଁମାନଙ୍କ ଭୂମିକା ରହିଛି, ପୁଲିସ ଏବେ ତାହା ଉପରେ ତଦନ୍ତ କରୁଛି।
ବାଲେଶ୍ୱର ଟାଉନ୍ର ଦିନେଶ ସାଂଘଭି ସ୍କୁଟିରେ ଗହଣା କିଣିବାକୁ ନୀଳଗିରି ଥାନା ଅନ୍ତର୍ଗତ ଖୁମ୍କୁଟ୍କୁ ଯାଉଥିଲା। ଖୁମ୍କୁଟ ଗାଁ ପୂର୍ବରୁ ୫ ଜଣ ଯୁବକ ମାଟିଆ ଚିତ୍ରା ଡ୍ରେସ୍ ପିନ୍ଧି ତାଙ୍କୁ ଅଟକାଇଥିଲେ। ବନ କର୍ମଚାରୀ ଭାବି ସାଂଘଭି ଗାଡ଼ି ଅଟକାଇ ଥିଲେ। ସେମାନେ ତାଙ୍କୁ ସ୍କୁଟି ଡିକି ଖୋଲିବାକୁ କହିଥିଲେ।
ଶ୍ରୀ ସାଂଘଭି ଡିକି ଖୋଲିଥିଲେ। ଏହା ପରେ ନକଲି ବନ କର୍ମଚାରୀମାନେ ଡିକିରେ ଥିବା ୧୦ ଲକ୍ଷ ଟଙ୍କା ଓ ଶ୍ରୀ ସାଂଘଭିଙ୍କ ବନ୍ଧୁକ ନେଇ ଯାଇଥିଲେ। ଗୁରୁବାର ଅପରାହ୍ନରେ ଏହି ଘଟଣା ଘଟିଥିଲା। ଏନେଇ ଶ୍ରୀ ସାଂଘଭି ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...