କୋରାପୁଟ (ଓଡ଼ିଶା ଓ୍ବେୟାର): କଳାହାଣ୍ଡି ଗସ୍ତରେ ଥିବା ବେଳେ ଜଣେ ମହିଳା ସୁରକ୍ଷା କର୍ମୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଅଶ୍ୱିନୀ ବୈଷ୍ଣବ ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ରେଳମନ୍ତ୍ରୀ କହିଛନ୍ତି, ନର୍ଲା ଇଲେକ୍ଟ୍ରି ରେଳ ଇଞ୍ଜିନ୍ ମରାମତି କାରଖାନା, ଜମି ଅଧିଗ୍ରହଣ ସରିବା ମାତ୍ରେ ଆରମ୍ଭ ହେବ କାମ ଖୁବଶୀଘ୍ର ଆରମ୍ଭ ହେବ। ସ୍ୱତନ୍ତ୍ର ଭାବେ ଜିଲ୍ଲାର ସମସ୍ତ ରେଳ ଷ୍ଟେସନ୍ ପାଇଁ ଧ୍ୟାନ ଦେବାକୁ ରେଳ ମନ୍ତ୍ରୀ ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆସନ୍ତା ଦିନରେ ଜିଲ୍ଲାରେ ରେଳରେ ଅନେକ ବିକାଶ କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...