Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କୋରାପୁଟ ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କୋରାପୁଟ (ଓଡ଼ିଶା ଓ୍ବେୟାର) ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଶ୍ରୀ ବୈଷ୍ଣବ ବର୍ତ୍ତମାନ ଜନ ଆଶୀର୍ବାଦ କାର‌୍ୟ୍ୟକ୍ରମରେ ଜିଲ୍ଲା କୁ ଜିଲ୍ଲା ବୁଲୁଛନ୍ତି । ଏହି କ୍ରମରେ ଆଜି ଜୟପୁରରେ ସେ ରୋଡ୍ ସୋ କରିଛନ୍ତି । ବିଶାଳ କାର ଓ ବାଇକ୍ ରାଲି ବାହାରିଛି । ଅମ୍ବାଗୁଡା, ବୋରିଗୁମ୍ମା ଓ ଆଉଲିରେ ରୋଡ୍ ସୋ କାର‌୍ୟ୍ୟକ୍ରମ କରିଛନ୍ତି। ଏହା ପରେ ଉଭୟ ରୋଡ୍ ସୋ ଓ ସମ୍ବର୍ଦ୍ଧନା ସଭାରେ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି।

ପାପଡାହାଣ୍ଡି, ମଇଦଲପୁର, ଆମପାଣି, କୋକସା, ମୋଟେର. ଜୁନାଗଡ, ବନ୍ଦୁଆପାଳରେ ମଧ୍ୟ କାର‌୍ୟ୍ୟକ୍ରମ ରହିଛି । ଏହା ପରେ ଭବାନୀପାଟଣାରେ ମଧ୍ୟ ରୋଡ୍ ସୋ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ କିଷାନ ନିଧି, ଜନଧନ ଓ କୋଭିଡ୍ ଟିକାକରଣ ନେଇ ଭବାନୀପାଟଣା ସର୍କିଟ୍ ହାଉସରେ ଆଲୋଚନା କରାଯିବ । ଜନ ଆଶୀର୍ବାଦ କାର‌୍ୟ୍ୟକ୍ରମରେ ଲୋକଙ୍କ ପାଖରେ ପହଂଚୁଛନ୍ତି ଓ ମୋଦୀ ସରକାରଙ୍କର ଯୋଜନା ଓ ସଫଳତାକୁ ବଖାଣୁଛନ୍ତି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାଂସଦମାନେ ଜନ ଆଶୀର୍ବାଦ ଯାତ୍ରାରେ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ବାବଦରେ ସୂଚନା ଦେଇ ମୋଦୀ ସରକାରଙ୍କୁ ଆଶୀର୍ବାଦ କରିବା ପାଇଁ ଲୋକଙ୍କ ପାଖକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କ୍ରମରେ ତିନି ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ଜିଲ୍ଲା ଯାଇ ଜନ ଆଶୀର୍ବାଦ ନେଉଛନ୍ତି । ରେଳ ମନ୍ତ୍ରୀ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାର ସୌନ୍ଦର‌୍ୟ୍ୟକୁ ପ୍ରଶଂସା କରିଛନ୍ତି । ତା ସହିତ ରେଳ ସଂଯୋଗୀକରଣକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top