Latest

ବିଦ୍ୟାଭାରତୀଙ୍କ ନାଁରେ ୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

Posted on

ପାରଳାଖେମୁଣ୍ଡି (ଓଡ଼ିଶା ୱେୟାର): ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ । ୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ସ୍ଥିତ ଦୌରାଜଜ୍‌ ଅଦାଲତା ପରିସରରେ ଥିବା ସିଏସଆଇ କାର୍ଯ୍ୟାଳୟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍‌ ପାରଳାଖେମୁଣ୍ଡିରେ ପହଂଚି ଚାର୍ଜସିଟ ଦାଖଲ କରିଛନ୍ତି।
ଏସିଏଫ ସୌମ୍ୟ ରଂଜନଙ୍କର ଦେହରେ ନିଆଁ ଲାଗିବା ପରେ ନିଆଁ ଲିଭାଇବାରେ ସାହାଯ୍ୟ କରି ନ ଥିଲେ ବିଦ୍ୟା ଭାରତୀ। ନିଜ ସ୍ୱାମୀଙ୍କୁ ବଞ୍ଚେଇବା ପାଇଁ ସେଭଳି ଉଦ୍ୟମ ମଧ୍ୟ କରି ନଥିଲେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହି ମାମଲାର ତଦନ୍ତ କରି ତିନି ଜଣଙ୍କ ମଧ୍ୟରୁ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍‌ ଦେଇଛି କ୍ରାଇମବ୍ରାଞ୍ଚ।
ଏ ଦୁଇ ଜଣଙ୍କର କୌଣସି ଭୂମିକା ନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। କିନ୍ତୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଞ୍ଚ।ଗତ ଜୁଲାଇ ମାସ ୧୨ ତାରିଖରେ ପାରଳାଖେମୁଣ୍ଡିଠାରେ ଥିବା ନିଜ ସରକାରୀ ବାସଭବନରେ ନିଆଁରେ ପୋଡି ହୋଇ ଯାଇଥିଲେ ସୌମ୍ୟ। ଏହାର ଗୋଟିଏ ଦିନ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version