Latest

କାବୁଲରେ ଭୟଙ୍କର ବିସ୍ଫୋରଣ, ୧୫ ନିହତ

Posted on

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ଣରେ ଏକ ଭୟଙ୍କର ବିସ୍ଫୋରଣରେ କାବୁଲ ଦୋହଲିଥିଲା। ଏହି ବିସ୍ଫୋରଣଟି କାବୁଲର ସରଦାର ମହମ୍ମଦ ଦାଉଦ ଖାଲ ଡାକ୍ତରଖାନାରେ ହୋଇଥିବା ଜଣାପଡ଼ିଛି। ତେବେ ଏହି ବିସ୍ଫୋରଣରେ ପ୍ରାୟ ୧୫ ଜଣଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି। ସେପଟେ ଏହା ଏକ ଆତ୍ମଘାତି ବିସ୍ଫୋରଣ ବୋଲି ସୂଚନା ରହିଛି। ଏପରିକି ଡାକ୍ତରଖାନା ନିକଟରେ ଗୁଳି ମାଡ଼ ହେଉଥିବା ଖବର ମଧ୍ୟ ରହିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ପ୍ରଥମେ ଏକ ବିସ୍ଫୋରଣ ହୋଇଥିଲା ଓ ପରେ ଗୁଳିମାଡ଼ ହୋଇଥିବାର ଶବ୍ଦ ଶୁଣିବାକୁ ମିଳିଥିଲା।

ସେପଟେ କିନ୍ତୁ ଏହି ଘଟଣାକୁ ନେଇ ତାଲିବାନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। ଆଫଗାନିସ୍ତାର ଉପରେ ଅଗଷ୍ଟ ମାସରେ ତାଲିବାନ କବଜା କରିଥିଲା। ଏହା ପରଠାରୁ ଲଗାତାର ଭାବେ କାବୁଲ ଉପରେ ବିସ୍ଫୋରଣ, ଗୁଳିମାଡ଼ ଘଟି ଆସୁଛି। ଏହି ବିସ୍ଫୋରଣ ମଧ୍ୟରେ ଅଧିକାଂଶ ବିସ୍ଫୋରଣ ଆତଙ୍କୀ ସଂଗଠନ ଆଇଏସର ସହିତ ଜଡ଼ିତ ସଂଗଠନ ଗୁଡ଼ିକ କରୁଛନ୍ତି। ତାଲିବାନ ପକ୍ଷରୁ କୁହାଯାଇଛି କି ସେ ଆଇଏସଆଇ ଉପରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବ। ଖୁବ ଶୀଘ୍ର ଦେଶରେ ଶାନ୍ତି ପ୍ରତିଷ୍ଠା ହେବ। ସେପଟେ କିନ୍ତୁ ଆଫଗାନିସ୍ତାନର ଉତ୍ତର ଭାଗରେ ଆଇଏସ ମଜଭୁତ ହେବାରେ ଲାଗିଛି।

ସୂଚନା ଯୋଗ୍ୟ ଅଗଷ୍ଟ ମାସରେ ତାଲିବାନ କବଜା କରିନେବା ପରେ କ୍ରମାଗତ ଭାବେ ବିସ୍ଫୋରଣ ଘଟି ଆସୁଛି। ଅଗଷ୍ଟ ମାସରେ ସବୁଠାରୁ ବଡ଼ ବିସ୍ଫୋରଣ କାବୁଲ ବିମାନ ବନ୍ଦରରେ ଘଟିଥିଲା। ୨୬ ଅଗଷ୍ଟରେ ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version