Latest

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

Posted on

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେଉଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ମିଜୋରାମ ପୁଲିସ ମାମଲା ରୁଜୁ କରିଛି । ମିଜୋରାମ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ସହିତ ୬ ବରିଷ୍ଠ ଅଧିକାରୀ ଓ ୨୦୦ ରୁ ଊର୍ଦ୍ଧ୍ବ ପୁଲିସଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ତେବେ ଯେଉଁ ପୋଲିସ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ଜଣେ ମହାନୀରିକ୍ଷକ, ଜଣେ ଡିଆଇଜି ଓ ଜଣେ ପୁଲିସ ଅଧୀକ୍ଷକ ରହିଥିବା ଜଣାପଡ଼ିଛି । ଏମାନଙ୍କ ବ୍ୟତୀତ ଜିଲ୍ଲୀ ଉପାୟୁକ୍ତଙ୍କ ନାଁ ମଧ୍ୟ ମାମଲାରେ ତାଲିକାଭୁକ୍ତ ହୋଇଛି । ଏହି ମାମଲା ମିଜୋରାମର କୋଲାସିବା ଜିଲ୍ଲାର ଓ୍ୱେରଂଗେଟ ପୁଲିସ ଷ୍ଟେସନରେ ରୁଜୁ କରାଯାଇଛି । ଏହି ଥାନା ଆସାମର କଚ୍ଛାର ଜିଲ୍ଲାର ସୀମାକୁ ଲାଗିଥିବା ଜଣାପଡ଼ିଛି ।
ତେବେ ଏହାପୂର୍ବରୁ ଆସାମ ପୁଲିସ କିଛି ସାଂସଦଙ୍କ ସମେତ ମିଜୋରାମର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କୁ ଡକାଇଥିଲା। ପୋଲିସ ଡାକରା ଦେବା ପାଇଁ ନୂଆଦିଲ୍ଲୀରେ ସାଂସଦଙ୍କ ବାସଭବନରେ ମଧ୍ୟ ପହଞ୍ଚିଥିଲା।
ଦଶନ୍ଧି ଧରି ସୀମା ଉପରେ ଦୁଇ ରାଜ୍ୟ ମଧ୍ୟରେ ମତଭେଦ ରହିଆସିଛି। କିନ୍ତୁ ଏହି ସପ୍ତାହରେ ଆରମ୍ଭ ହୋଇଥିବା ବିବାଦ ଏକ ନୂଆ ରୂପ ନେଇଛି। ସୋମବାର ଏହି ଦୁଇ ଜିଲ୍ଲା ମଧ୍ୟରେ ସୀମାନ୍ତ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା। ଯେଉଁଥିରେ ଏକାଧିକ ଆସାମ ପୋଲିସ୍ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଅନେକ ଆହତ ହୋଇଥିଲେ। ଉଭୟ ପକ୍ଷ ପରସ୍ପର ପ୍ରତି ସୀମାରେ ହିଂସା ସୃଷ୍ଟି କରିଥିବା ନେଇ ଅଭିଯୋଗ କରିଛନ୍ତି।
ତେବେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆବେଦନ ପରେ ହିଂସା ପ୍ରଭାବିତ ଅଞ୍ଚଳରେ ଏବେ ଏକ ଶାନ୍ତିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମ ଏବଂ ମିଜୋରାମର ପୋଲିସ୍ ଫୋର୍ସ ମଧ୍ୟରେ କେନ୍ଦ୍ରୀୟ ବାହିନୀର ପାଞ୍ଚଟି କମ୍ପାନୀ (ସମୁଦାୟ ୫୦୦ ସେନା) ଛିଡା ହୋଇଥିବା ବେଳେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଏହି ଅଞ୍ଚଳରେ ବୃଦ୍ଧି କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version