Latest

ଟାଟା ବିରୋଧରେ ଲଣ୍ଡା ହେଲେ ଅସ୍ଥାୟୀ କର୍ମଚାରୀ

Posted on

ବ୍ରହ୍ମପୁର (ଓଡ଼ିଶା ୱେୟାର) ସ୍ଥାୟୀ ନିଯୁକ୍ତି ଦାବି କରି ଲଣ୍ଡା ହେଲେ ଟାଟା ପାଓ୍ୱାରର ଅସ୍ଥାୟୀ କର୍ମଚାରୀ। ବ୍ରହ୍ମପୁର ସ୍ଥିତ ଟାଟା ପାଓ୍ୱାର ସାଉଥ ଓଡ଼ିଶା ଡିଷ୍ଟ୍ରିବ୍ୟୁଟର୍ସ ଲିମିଟେଡର କର୍ପୋରେଟ ଅଫିସ ଆଗରେ ହୋମ କଲେ। ଅସନ୍ତୋଷ ବି ଜାହିର କଲେ। ଆଉ ଶେଷରେ ଲଣ୍ଡା ହୋଇ ପ୍ରତିବାଦ କଲେ।
ଜୁଲାଇ ୨୨ ତାରିଖରୁ ଦୀର୍ଘ ୭୮ ଦିନ ହେଲା ଏମିତି ଆନ୍ଦୋଳନ କରିଆସୁଛନ୍ତି ଅସ୍ଥାୟୀ କର୍ମଚାରୀ। ଆଉ ଆଜି ଅଭିନବ ପ୍ରତିବାଦ କରି ଲଣ୍ଡା ହୋଇ ଟାଟା ପାୱାର ସାଉଥ ଓଡ଼ିଶା ଡିଷ୍ଟ୍ରିବ୍ୟୁଟର୍ସ ଲିମିଟେଡର ଉପରୀସ୍ଥ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି।
ପୂର୍ବରୁ ଏହି ସମସ୍ତ ଅସ୍ଥାୟୀ କର୍ମଚାରୀ ସାଉଥ୍ କୋ’ରେ ନିଯୁକ୍ତି ପାଇଥିଲେ। ହେଲେ ଯେଉଁଦିନ ଠାରୁ ଟାଟା ହାତକୁ ଏହାର ପରିଚାଳନା ଦାୟିତ୍ୱ ଗଲା। ସେବେଠାରୁ ନାନା ସମସ୍ୟା ମଧ୍ୟରେ କର୍ମଚାରୀମାନେ କାମ କରୁଥିବା କହିଛନ୍ତି। ୨୦୧୮ର ଚୁକ୍ତି ଅନୁସାରେ ରାଜ୍ୟ ସରକାରଙ୍କ ସହ ଟାଟା ପାୱାର ମଧ୍ୟରେ ବୁଝାମଣା ହୋଇଥିଲା ଯେ, ୨ଶହ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ କିନ୍ତୁ ତାହା ଏ ପର୍ଯ୍ୟନ୍ତ ପୁରଣ ହୋଇନାହିଁ।
ଆନ୍ଦୋଳନରେ ସାମିଲ୍ ଥିବା ଜଣେ କର୍ମଚାରୀ କହିଛନ୍ତି, ନିଶୁରି ବୁହା କାମ ଠାରୁ ପୋଲ୍ ବୁହା ଯାଏ, ସବୁ କାମ କରିଛୁ। ଦୀର୍ଘ ୧୫ ବର୍ଷ ହେଲା ବାତ୍ୟା, ବନ୍ୟା ସବୁ କଠିନ ପରିସ୍ଥିତିରେ ଆମେ କାମ କରିଛୁ। ଏହା ସତ୍ତ୍ୱେ ସରକାର ଶୁଣିଲେନି। ତେଣୁ ଏହି ପ୍ରତିବାଦରେ ଆମେ ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କରୁଛୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version