ରାଜ୍ୟ

ଅଭିଜିତଙ୍କୁ କ୍ଷମା

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ): ଶ୍ରୀମନ୍ଦିର, କୋଣାର୍କ ଓ ଓଡ଼ିଶାର କଳାସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ମାମଲା ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି। ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ତାଙ୍କୁ କ୍ଷମା ଦେଇ ସାରିଥିବାରୁ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି।

ନିଜ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅନୁରୋଧ କରି ଗତ ମାସ ୨୦ ତାରିଖରେ ଚିଠି ଲେଖିଥିଲେ ଅଭିଜିତ୍। ୧୩ ଦିନ ପରେ ଅର୍ଥାତ ଗତକାଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଅଭିଜିତଙ୍କ ଚିଠିକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଥିଲେ। ତେବେ ଡିଆଇଜି ଏତେଦିନ ଧରି କାହିଁକି ଚିଠିଟିକୁ ନିଜ ପାଖରେ ରଖିଲେ?

ସେପଟେ ପେଟରେ ଯନ୍ତ୍ରଣା କାରଣରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଜିତଙ୍କ ଚିକିତ୍ସା ଜାରି ରହିଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ଜେଲ୍‌ ଡିଆଇଜି ବାଧ୍ୟ ହୋଇ ୧୩ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଚିଠି ପଠାଇଥିବା ଆଲୋଚନା ହେଉଛି।

ଶ୍ରୀମନ୍ଦିର, କୋଣାର୍କ ଓ ଓଡ଼ିଶାର କଳାସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ଥିବା ଭିଡ଼ିଓ ସୋଶାଲ ମିଡ଼ିଆରେ ଅପଲୋଡ୍ କରିଥିଲେ ଅଭିଜିତ। ଏହା ଭାଇରାଲ ହେବା ପରେ ସାରା ରାଜ୍ୟରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଭିଯୋଗକୁ ନେଇ ତାଙ୍କୁ ପ୍ରଥମେ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ତେବେ ତଦନ୍ତ ସହଯୋଗ ଲାଗି ରାଜି ହେବା ପରେ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ।

ତେବେ ବିଧାନସଭା ଗୃହ କମିଟିରେ ହାଜର ହେବାକୁ ଆସିଥିବା ବେଳେ ଗତ ମାସ ୨୩ ତାରିଖରେ ଓଡ଼ିଶା ପୁଲିସ ତାଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷରେ ବିଧାୟକଙ୍କ ବିରୋଧରେ ମନ୍ତବ୍ୟ ନେଇ ସେ ଗୃହ କମିଟିରେ ହାଜର ହୋଇ ନିଜ ପକ୍ଷ ରଖିବା ସହ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version