Latest

ଦୀର୍ଘ ୪୧ ବର୍ଷର ପରେ ହକି ସେମିଫାଇନାଲ୍‌ରେ ଭାରତ

Posted on

ଟୋକିଓ : ଆଜି ରବିବାର ଛୁଟି ଦିନରେ ଟୋକିଓ ଅଲିମ୍ପିକ୍ସରୁ ଆସୁଛି ଗୋଟିଏ ପରେ ଗୋଟିଏ ଖୁସି ଖବର । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଆଜି କ୍ୱାର୍ଟର ଫାଇନାଲ୍‌ରେ ଭାରତ ୩-୧ ଗୋଲ୍‌ରେ ବ୍ରିଟେନ୍‌କୁ ପରାସ୍ତ କରିଛି ।
ଦୀର୍ଘ ୪୧ ବର୍ଷ ପରେ ପୂର୍ବତନ ଚାମ୍ପିଅନ୍ ଭାରତ ଅଲିମ୍ପିକ ପୁରୁଷ ହକି ସେମିଫାଇନାଲ୍‌ରେ ପହଞ୍ଚିଛି ।
ଆସନ୍ତାକାଲି ଭାରତୀୟ ମହିଳା ଦଳ କ୍ୱାର୍ଟରଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଭେଟିବ।
ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଶେଷଥର ପାଇଁ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ଅନ୍ୟ କ୍ୱାର୍ଟରଫାଇନାଲ୍‌ରେ ଜର୍ମାନୀ ୩-୧ ଗୋଲ୍‌ରେ ଆର୍ଜେଣ୍ଟିନାକୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଛି ।
ପ୍ରଥମ କ୍ୱାର୍ଟରର କିଛି ମିନିଟ ଭିତରେ ଦିଲପ୍ରୀତ ସିଂହ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ । ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଗୋଲ୍ ଦେଇଥିଲେ ଗୁରଜାନ୍ତଙ୍କ ଗୋଲ୍ ବଳରେ ହାଫ୍ ଟାଇମ୍ ସୁଦ୍ଧା ୨-୦ରେ ଆଗୁଆ ଥିଲା ଟିମ୍ ଇଣ୍ଡିଆ । ତେବେ ତୃତୀୟ କ୍ୱାର୍ଟର ଶେଷ ଆଡକୁ ପେନାଲଟି କର୍ଣ୍ଣରରୁ ଗୋଲ୍ କରି ବ୍ରିଟେନ୍ ବ୍ୟବଧାନ କମାଇଥିଲା। ତୃତୀୟ ତଥା ଶେଷ ଗୋଲ୍ ଭାରତ ପକ୍ଷରୁ ଦେଇଥିଲେ ହାର୍ଦ୍ଦିକ ସିଂହ ।

Leave a Reply

Your email address will not be published. Required fields are marked *

Most Popular

Exit mobile version