Latest

ଟାଟା ମାଲିକାନାକୁ ଗଲା ଏୟାର୍‌ ଇଣ୍ତିଆ

Posted on

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାରେ ଆଜି ଅନ୍ତ ଘଟିଛି। ଦୀର୍ଘ ଦିନ ଧରି ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲା ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଭାରତ ସରକାର। ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ସରକାର ଯେଉଁ ନିଲାମ ଡାକିଥିଲେ ସେଥିରେ ବାଜିମାତ କରିଛି ଟାଟା ସନ୍ସ। ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି । ଏୟାର ଇଣ୍ଡିଆ ଉପରେ ୬୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ରହିଛି। ତଥାପି ଏହି ସଂସ୍ଥାକୁ କିଣିଛି ଟାଟା ସନ୍ସ।
ସେପଟେ ଟାଟା ହାତକୁ ଏହି ବିମାନ ସେବାକାରୀ ସଂସ୍ଥା ଆସିବା ପରେ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା ଖୁସି ବ୍ୟକ୍ତ କରି ଶୁଭେଚ୍ଛା ଜଣାଇଛନ୍ତି। ଦୀର୍ଘ ବର୍ଷ ପରେ ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିଥିବାରୁ ସେ ଏହାକୁ ସ୍ବାଗତ କରିଛନ୍ତି। ଏହା ସହିତ ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି ସେ। ବିମାନରୁ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ଜେଆରଡ଼ି ଟାଟା କିଛି ମହିଳାଙ୍କ ବିମାନରୁ ଓହ୍ଲାଉଥିବାର ଏକ ପୁରୁଣା ଫଟୋକୁ ରତନ ଟାଟା ସେୟାର କରିଛନ୍ତି। ସେ ଲେଖିଛନ୍ତି, ଏୟାର ଇଣ୍ଡିଆ ବିଡ୍ ଟାଟା ଗ୍ରୁପ୍ ଜିତିବା ଗୋଟିଏ ଭଲ ଖବର। ଏୟାର ଇଣ୍ଡିଆ ପୁର୍ନଗଠନ କରିବାକୁ ସମୟ ଲାଗିବ। ଏହାକୁ ଆମେ ସ୍ୱୀକାର କରୁଛୁ। ତଥାପି ବିମାନ ଚଳାଚଳ ସେବାରେ ଟାଟା ଗ୍ରୁପ୍‌ର ଉପସ୍ଥିତି ଅନେକ ସୁଯୋଗ ସୃଷ୍ଟି କରିବ ବୋଲି ଆମର ଆଶା ରହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version