Latest

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ଆଫଗାନିସ୍ତାନକୁ ସମସ୍ତ ବିମାନ ବାତିଲ

Posted on

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇଛି। ଭୟରେ ଲୋକମାନେ ଦେଶ ଛାଡୁଛନ୍ତି। ଏହାର ଅନେକ ଭିଡ଼ିଓ ମଧ୍ୟ ଭାଇରାଲ ହେଲାଣି। ତେବେ ଏହାରି ମଧ୍ୟରେ ଭାରତ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତରୁ କୌଣସି ବିମାନ ଆଫଗାନିସ୍ତାନକୁ ଯିବ ନାହିଁ। ଏୟାର ଇଣ୍ଡିଆ ଏହାକୁ ନେଇ ସ୍ପଷ୍ଟ ସୂଚନା ଦେଇଛି। ଦିଲ୍ଲୀରୁ କାବୁଲକୁ ଯାଉଥିବା ସମସ୍ତ ଫ୍ଲାଇଟକୁ ବାତିଲ କରାଯାଇଛି।

ସୂଚନା ଅନୁଯାୟୀ ଏୟାର ଇଣ୍ଡିଆର ୮.୩୦ ପରିବର୍ତ୍ତେ ୧୨.୩୦ରେ ଉଡାଣ ଭରିଥାନ୍ତା। କିନ୍ତୁ ଏହାକୁ ଅପରେଟ କରିବା ପାଇଁ ମନା କରାଯାଇଛି। ଆଫଗାନିସ୍ତାନକୁ ଏବେ ଉଡ଼ାଣ ବନ୍ଦ ହେବା କାରଣରୁ ଫ୍ଲାଇଟ ଅପରେଟ କରିବା ପାଇଁ ମନା କରାଯାଇଛି। ଏହା ସହିତ କାବୁଲରୁ ଆପତ୍ତିକାଳୀନ ସ୍ଥିତିରେ ନୂଆ ଦିଲ୍ଲୀକୁ ଆସୁଥିବା ବିମାନକୁ ଷ୍ଟାଣ୍ଡବାୟରେ ରଖିବାକୁ କୁହାଯାଇଛି।

ଅନ୍ୟପକ୍ଷରେ କାବୁଲର ଐବଜ୍ଞସୟ କବକ୍ସଚ୍ଛବସ ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଏୟାରପୋର୍ଟରେ ସମସ୍ତ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଅଶରଫ ଗନୀ ତାଲିବାନ ଆଗରେ ଆତ୍ମସମର୍ପଣ କରି ଦେଶ ଛାଡିଛନ୍ତି। ତେବେ ଏବେ ପର‌୍ୟ୍ୟନ୍ତ ସେଠାର ଅନେକ ଭିଡ଼ିଓ ଭାଇରାଲ ହୋଇଛି। ତାଲିବାନର ଗୁଳିଫୁଟା ଶବ୍ଦ ସେଠାରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version