ରାଜ୍ୟ

ଆସନ୍ତାକାଲି ସ୍କୁଲ ଓ କଲେଜ ବନ୍ଦ ରହିବ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଟ୍ରେଡ ୟୁନିଅନର ବନ୍ଦ ଡାକରା ଯୋଗୁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଟ୍ରେଡ ୟୁନିଅନ ପକ୍ଷରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଥିବାରୁ ବୁଧବାର ସ୍କୁଲ ବନ୍ଦ ରହିବ କି ନାହିଁ କାଲି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ସ୍କୁଲ ପରି ଆସନ୍ତାକାଲି କଲେଜ ଓ ସମସ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ମଙ୍ଗଳବାର ଓ ବୁଧବାର ବନ୍ଦ ରହିବ ।
ତେବେ ଆସନ୍ତାକାଲି ସଚିବାଳୟ ଖୋଲା ରହିବ ଓ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ôଚବାକୁ ଗୃହ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version