Latest

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

Posted on

ଭୁବନେଶ୍ୱ (ଓଡ଼ିଶା ୱେୟାର) : ଯୌତୁକ ପାଇଁ ଜଣେ ନବବଧୂକୁ ତାର ଶାଶୁ ଘର ଲୋକେ ହତ୍ୟା କରି ଘରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ପଞ୍ଚାୟତ ଭୂଆଶୁଣିପାଟଣା ଗାଁରେ। ମୃତ ମହିଳାଜଣଙ୍କ ହେଲେ ବର୍ଷାରାଣୀ ବେହେରା। ବର୍ଷାଙ୍କ ମା’ ଏନେଇ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ବର୍ଷାଙ୍କ ସ୍ୱାମୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ବୋଲଗଡ଼ ଥାନା ଅଧୀନ କୋଟସିଙ୍ଗା ଗାଁର ଦୀନବନ୍ଧୁ ବେହେରାଙ୍କ ଝିଅ ବର୍ଷାରାଣୀ ଗତ ମେ’ ୨୧ ତାରିଖରେ ଭୂଆଶୁଣିପାଟଣା ଗାଁର ସରୋଜ ବେହେରାଙ୍କ ପୁଅ ଶଶବିନ୍ଦୁ ବେହେରାଙ୍କୁ ବିବାହ କରିଥିଲେ। ବାହାଘର ସମୟରେ ଝିଅ ଘର ପକ୍ଷରୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ହେଲେ କିଛି ଦିନ ପରେ ବର୍ଷାରାଣୀଙ୍କୁ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ କୁହାଯାଇଥିଲା। ଏନେଇ ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଇଥିଲା।

ଗତକାଲି ବର୍ଷାରାଣୀଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା। ଶାଶୁଘର ଲୋକେ ଝିଅକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାପାଇଁ ଘରେ ଓହଳାଇ ଦେଇଥିବା ବର୍ଷାଙ୍କ ମାଆ ମିନତି ବେହେରା ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସ୍ୱାମୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ୍ ଟିକ୍‌ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version