କୋଏମ୍ବାଟୁର: ସ୍ବେଚ୍ଛାସେବୀ ଭାବରେ ୟୁକ୍ରେନ ସେନାରେ ଯୋଗ ଦେଇଥିବା ଜଣେ ୨୧ବର୍ଷୀୟ ଭାରତୀୟ ଛାତ୍ର ବର୍ତ୍ତମାନ କୋଏମ୍ବାଟୁରରେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ପାରିବାରିକ ସୂତ୍ର ଏହି ସୂଚନା ଦେଇଛି । ଏରୋସ୍ପେସ୍ ଇଞ୍ଜିନିୟରିଂ ଛାତ୍ର ଆର ସାଇନିକେଶ ଗତ ମାସରେ ଜର୍ଜିଆ ନ୍ୟାସନାଲ ଆର୍ମିରେ ଯୋଗ ଦେଇଥିଲେ, କିନ୍ତୁ ଗତ ମାସରେ ଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନକୁ ସମର୍ଥନ କରି ଋଷର ସେନାଙ୍କ ସହ ଲଢ଼ୁଥିଲେ । ଜର୍ଜିଆ ନ୍ୟାସନାଲ ଆର୍ମି ହେଉଛି ଏକ ପାରାମିଲିଟାରୀ ୟୁନିଟ୍ ଯାହା ମୁଖ୍ୟତ ଇଥେନିକ ଜର୍ଜିଆ ସ୍ବେଚ୍ଛାସବୀମାନଙ୍କୁ ନେଇ ଗଠିତ ଏହି ସୈନିକମାନେ ଯୁଦ୍ଧରେ ୟୁକ୍ରେନ ପକ୍ଷରୁ ଯୁଦ୍ଧ କରୁଛନ୍ତି ।
କେନ୍ଦ୍ରୀୟ ଅଭିଜ୍ତା ଅଧିକାରୀମାନେ କିଛି ଦିନ ପୂର୍ବରୁ ସେମାନଙ୍କୁ ସାକ୍ଷାତ କରି ସାଇନିକେଶଙ୍କ ବିବରଣୀ ମାଗିବା ପରେ ତାଙ୍କ ପିତାମାତା ଜାଣିଥିଲେ । ସୂତ୍ରରୁ ପ୍ରକାଶ ଯେ ଯୁବକଙ୍କ ପିତା ରବିଚନ୍ଦ୍ରନ ତାଙ୍କ ପୁଅଙ୍କ ସହ ତିନି ଦିନ ପୂର୍ବରୁ କଥା ହୋଇଥିଲେ । ଏହି ସମୟରେ ସେ ଘରକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଯେହେତୁ ଭାରତୀୟ କର୍ତ୍ତୃପକ୍ଷ ଏହି ଘଟଣାର ତୀକ୍ଷ୍ଣ ନଜର ରଖିଛନ୍ତି, ରବିଚନ୍ଦ୍ରନ ଆଶା କରୁଛନ୍ତି ଯେ ତାଙ୍କ ପୁଅ ଶୀଘ୍ର ସେମାନଙ୍କ ସହ ଯୋଗଦେବେ ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...