Latest

ସାମ୍ନାକୁ ଆସିଲା କରୋନାର ଆଉ ଏକ ମାରାତ୍ମକ ଭାରିଏଣ୍ଟ

Posted on

ନୂଆଦିଲ୍ଲୀ: ବିଶ୍ୱର ପ୍ରାୟ ସମସ୍ତ ଦେଶ ଏବେ କରୋନା ମହାମାରୀରେ ଜର୍ଜରିତ।ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ କୋରୋନା ତାର ତାଣ୍ଡବ ଦେଖାଇ ସାରିଛି । ଏପଟେ ଦେଶରେ କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବି ବଢି ଯାଇଛି। ଏବେ କିଛି ଦେଶରେ କରୋନାର ଏକ ମାରାତ୍ମକ ଭାରିଏଣ୍ଟ ସାମ୍ନାକୁ ଆସିଥିବା ଜଣାପଡ଼ିଥିବା। ଏହି ଭାରିଏଣ୍ଟ ପ୍ରଥମଠାରୁ ଅଧିକ ମାରାତ୍ମକ। ଏଥିରେ ଭ୍ୟାକ୍ସିନ କୌଣସି ପ୍ରଭାବ ପକାଇ ପାରିବ ନାହିଁ। ତେବେ କରୋନାର ଏହି ଭାରିଆଣ୍ଟକୁ ସି.୧.୨ ବୋଲି ନାମ କରଣ କରାଯାଇଛି।

ଦକ୍ଷିଣ ଆଫ୍ରିକାର ଗବେଷକମାନେ କହିଛନ୍ତି ଯେ ଗତ ମେ ମାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ସି.୧.୨କୁ ଚିହ୍ନଟ କରାଯାଇଥିଲା । ଇତି ମଧ୍ୟରେ ସି.୧.୨ ବିଶ୍ୱର ଆଉ କେତେକ ଦେଶ ଯଥା ଚୀନ, କଙ୍ଗୋ, ବ୍ରିଟେନ, ମରିସସ, ନ୍ୟୁଜିଲାଣ୍ଡ ଓ ସ୍ୱିଜରଲାଣ୍ଡରେ ପହଞ୍ଚିଥିବା ସୂଚନା ଦେଇଛନ୍ତି। ଏହି ଭାରିଆଣ୍ଟ କରୋନା ଭୁତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକଠାରୁ ଅଧିକ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାବେଳେ ଟିକା ଦ୍ୱାରା ସୃଷ୍ଟ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହା ମାତ ଦେଇପାରୁଛି । ଏହି ଭାରିଆଣ୍ଟର ବାର୍ଷିକ ମ୍ୟୁଟେସନ ହାର ୪୧.୮ ପ୍ରତିଶତ ରହିଛି, ଯାହାକି ଅନ୍ୟ ଭାରିଆଣ୍ଟଗୁଡ଼ିକର ହାରାହାରି ମ୍ୟୁଟେସନ ହାରର ଦୁଇଗୁଣ । ଏହି କାରଣରୁ ଏହି ଭାରିଆଣ୍ଟ ଉପରେ ଟିକାର ପ୍ରଭାବ କମ ରହୁଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version