ରାଜ୍ୟ

ବାଲକ୍ରିଷ୍ଣନଙ୍କ ଅବସର, ଅସିତ୍ ତ୍ରିପାଠୀ ନୂଆ ଉନ୍ନୟନ କମିଶନର

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ):ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ୍ ଆଜି ଅବସର ନେବାପରେ ୧୯୮୬ ବ୍ୟାଚ୍ ଆଇଏଏସ ଅଫିସର ଅସିତ୍ ତ୍ରିପାଠୀ ରାଜ୍ୟର ନୂଆ ଉନ୍ନୟନ କମିଶନର ହେବେ।ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ ୧୯୮୫ ବ୍ୟାଚ୍ ଆଇଏଏସ ଗଗନ କୁମାର ଧଳଙ୍କୁ ପଛରେ ପକାଇ ୧୯୮୬ ବ୍ୟାଚର ଶ୍ରୀ ତ୍ରିପାଠୀଙ୍କୁ ରାଜ୍ୟର ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଛି।ଶ୍ରୀ ତ୍ରିପାଠୀ ପୂର୍ବଭଳି ଗୃହ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ।ସେ ୨୦୧୫ ଏପ୍ରିଲ ୨୨ ତାରିଖରୁ ଗୃହ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ଆଇଏଏସ ସଂଗ୍ରାମ କେଶରୀ ମିଶ୍ରଙ୍କ ଅବସର ପରେ ଖାଲି ପଡ଼ିଥିବା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦବୀରେ ସମବାୟ ସଚିବ ରଞ୍ଜନା ଚୋପ୍ରା ରହିବେ।ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ।ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅତିରିକ୍ତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ପ୍ରଚଳିତ ବ୍ୟବସ୍ଥା ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଭାବେ ଉନ୍ନୟନ କମିଶନର କାର୍ଯ୍ୟ କରିଥାନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version