Latest

ପଡିଆରୁ ଉଦ୍ଧାର ଶିଶୁ ପୁତ୍ର

Posted on

ବୌଦ୍ଧ ,(ଓଡ଼ିଶା ୱେୟାର) : ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ବ୍ରମହଚାରି ଗାଁର ମେହେର ସାହିରେ ବାସ କରନ୍ତି ଛବିଲାଲ ମେହେର। ଆଜି ଭୋର ପ୍ରାୟ ୪ଟା ବେଳେ ସେ ଘର ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ନିଶାର୍ଦ୍ଧ ରାତିରେ ପଡ଼ିଆ ମଝିରେ ଦେଖିବାକୁ ପାଇଲେ ଶିଶୁ ପୁତ୍ରଟିଏ ଶୋଇଛି। ତା’ ଉପରେ ଲୁଗା ଘୋଡ଼ା ଯାଇଛି। ଛୋଟ ପିଲାଟିକୁ ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଶିଶୁଟି ମୃତ କି ଜୀବତ ଜାଣିବା ପାଇଁ ଛବିଲାଲ୍‌ ପ୍ରଥମେ ତାଳି ମାରିଥିଲେ। ଆଉ ତାଳି ଶବ୍ଦ ଶୁଣିବା ପରେ ଶିଶୁଟି କଡ଼ ଲେଉଟାଇ ଥିଲା। ଏହା ପରେ ସେ ଜାଣିବାକୁ ପାଇଲେ ଶିଶୁଟି ଜୀବିତ ଓ ଶୋଇଛି। ତେଣୁ ତାକୁ ସେ ସଙ୍ଗେ ସଙ୍ଗେ କୋଳକୁ ନେଇଆସିଲେ। କାଳ ବିଳମ୍ୱ ନକରି ଘରକୁ ଚାଲି ଆସିଥିଲେ।
ଶିଶୁ ଶୋଇଥିବା ସ୍ଥାନ ନିକଟରେ ଏକ ବ୍ୟାଗ ପଡ଼ିଥିଲା। ସେହି ବ୍ୟାଗରେ ଏକ ବାଳିକାର ଆଧାର କାର୍ଡ। ଆଧାର କାର୍ଡରେ ବୌଦ୍ଧ ସହର ବାପୁଜୀ ନଗରର ଠିକଣା ଲେଖାଯାଇଛି। ଏହା ପରେ ଶ୍ରୀ ମେହେର ଶିଶୁକୁ ନେଇ ଜଂହାପ ଫାଣ୍ଡିରେ ପହଞ୍ଚିଥିଲେ। ପିଲାଟିକୁ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ। ପିଲାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛି ପୁଲିସ।
ଚାଇଲ୍‌ଡଲାଇନ୍‌ କର୍ମକର୍ତ୍ତାଙ୍କ କହିବା ଅନୁସାରେ ପିଲାର ବୟସ ବର୍ଷେ ହେବ। ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେ ଏବେ ସୁସ୍ଥ ଅଛି। ଛୁଆର ବାପା-ମାଆଙ୍କୁ ଖୋଜା ଚାଲିଛି ଚାଇଲ୍‌ଡଲାଇନ୍‌। ସେମାନଙ୍କ ପରିଚୟ ମିଳିଗଲେ ପରେ ପିଲାକୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍‌ଡଲାଇନ୍‌ କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version