ରାଜ୍ୟ
ଆର୍.ବାଲକ୍ରିଷ୍ଣନ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ନିଯୁକ୍ତ
ଭୁବନେଶ୍ୱର(ଓଡ଼ିଶା ୱେୟାର): ନଭେମ୍ବର ୩୦ତାରିଖରେ ରାଜ୍ୟ ଉନ୍ନୟନ କମିଶନର ଭାବେ ଗତମାସରେ ସରକାରୀ ଚାକିରିରୁ ଅବସର ନେଇଥିବା ଆଇଏଏସ ଆର ବାଲକ୍ରିଷ୍ଣନଙ୍କୁ ରାଜ୍ୟ ସରକାର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି ।ସେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପ୍ରକଳ୍ପର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ଓ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ।
ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ବାଲକ୍ରିଷ୍ଣନ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ପାହ୍ୟାର ଅଫିସର ଭାବେ କାର୍ଯ୍ୟ କରିବେ ।ସେ ଅବୈତିନିକ କାର୍ଯ୍ୟ କଲେ ମଧ୍ୟ ତାଙ୍କୁ ଅଫିସ୍, ସହାୟକ କର୍ମଚାରୀ, ଗାଡ଼ି ଓ ସରକାରୀ କ୍ୱାର୍ଟର ଯୋଗାଇ ଦିଆଯିବ।
ସେ ମୁଖ୍ୟତଃ ସ୍ପେଶାଲ ଡେଭଲପମେଂଟ କାଉନସିଲ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଏତିହ୍ୟ କ୍ୟାବିନେଟକୁ ତଥ୍ୟ, ଟ୍ରାଇବାଲ ମ୍ୟୁଜିୟମ ଓ କ୍ରାଫ୍ଟ ମ୍ୟୁଜିୟମ କାର୍ଯ୍ୟକୁ ତଦାରଖ କରିବେ ।ପରବର୍ତୀ ସମୟରେ ତାଙ୍କୁ ଅନ୍ୟାନ୍ୟ ସ୍ପେଶାଲ ଇନିସିଏଟିଭି କାର୍ଯ୍ୟ ମଧ୍ୟ ଆବଂଟିତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।